Advertisment

କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା

କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।

author-image
Debadatta Aryashrestha
Special Bus and Train for Kumbh Mela

Special Bus and Train for Kumbh Mela

ଓଡ଼ିଶାରୁ ସିଧା କୁମ୍ଭମେଳା। ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ୍ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍ ସେବା। ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିଭଳି ମହାକୁମ୍ଭ ମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି।

Advertisment

ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରମ୍ଭ କରିଥିବା ଏହି ସ୍ୱତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବସରେ ଓଡ଼ିଶାରୁ ସିଧା ପ୍ରୟାଗରାଜ ଯିବାର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ମାର୍ଗ ପାଇଁ ୨ଟି ଲେଖାଏଁ ବସ୍ ରହିଛି। ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି। ଆସନ୍ତାକାଲିଠୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେଉଥିବାବେଳେ ଓଡ଼ିଶାରୁ ମଧ୍ୟ ଶ୍ରଦ୍ଧାଳୁ କିପରି ମହାକୁମ୍ଭରେ ସାମିଲ ହୋଇପାରିବେ, ସେମାନଙ୍କ ସୁବିଧା ପାଇଁ ଏହି ବସ୍ ସେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ମହାକୁମ୍ଭ ମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ଏହି ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର ଦେଇ ଯିବ। ସେହିପରି ପୁରୀ-ତୁଣ୍ଡଲା-ପୁରୀ କୁମ୍ଭ ସ୍ପେଶାଲ ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ବାଲେଶ୍ୱର ଦେଇ ଯିବ। ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ କୁମ୍ଭ ସ୍ପେଶାଲ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଦେଇ ଯିବ।

Advertisment

ସେହିଭଳି ବିଶାଖାପାଟଣା-ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍- ବିଶାଖାପାଟଣା କୁମ୍ଭ ସ୍ପେଶାଲ ଟ୍ରେନ୍ ରାୟଗଡା, ବଲାଙ୍ଗୀର ଓ ନୂଆପଡା ଦେଇ ଯାତ୍ରା କରିବ। ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା କୁମ୍ଭ ସ୍ପେଶାଲ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ଦେଇ ଯିବ। ତିରୁପତି-ବନାରସ-ତିରୁପତି କୁମ୍ଭ ସ୍ପେଶାଲ ଓଡ଼ିଶାର ରାୟଗଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦେଇ ଯାତ୍ରା କରିବ। ସେହିପରି ନରାସପୁର-ବନାରସ-ନରାସପୁର କୁମ୍ଭ ସ୍ପେଶାଲ ରାୟଗଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ଦେଇ ଯାତ୍ରା କରିବ।

Bjp CM Mohan Majhi Maha Kumbha Mela Special Bus For Kumbh Mela Special Train Form Kumbh Mela