Advertisment

ଦୁର୍ଗା ଉତ୍ସବରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ନୀତି

ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରକୁ ନେଇନଥିଲେ। ତେଣୁ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ମହାପ୍ରଭୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

author-image
Manoranjan Sial
Puri

Puri

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି। ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୁପ୍ତ ଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ଶ୍ରୀମନ୍ଦିରରେ ସକାଳଧୂପା ନୀତି ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଦୁର୍ଗାମାଧବ ରଥରେ ବିଜେକରି ନାରାୟଣୀ ମନ୍ଦିରରେ ଅବସ୍ଥାନ କରିଛନ୍ତି।

Advertisment

ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରକୁ ନେଇନଥିଲେ। ତେଣୁ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ମହାପ୍ରଭୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ସେହି ପ୍ରତିଶ୍ରୁତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ସେବାୟତମାନେ ମତ ଦେଇଛନ୍ତି।

ଦୁର୍ଗାମାଧବ ଉପାସନାର ଏକ ବିଶେଷ ଲୀଳା, ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ। ମାତା ମହାଲକ୍ଷ୍ମୀ, ମାଆ ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି।

Advertisment

ଷୋଳପୂଜାର ଶେଷ ଆଠ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି। ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନା ନୀତି ପରମ୍ପରା ବେଶ ଅନନ୍ୟ।

Sri Jagannath Lord Jagannath Puri Puri Shreemandir