Advertisment

ବଗଳା ମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ ରାମଚଣ୍ଡୀ

ରାମଚଣ୍ଡୀଙ୍କ ପୀଠରେ ମା’ ଦଶଭୁଜା ମହିଷ ମର୍ଦ୍ଦିନୀ ଦୁର୍ଗା ବେଶରେ ବନ ଦୁର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି। ଐଶ୍ଵନ୍ୟ ମାସର ମୂଳାଷ୍ଠମୀର ପ୍ରତ୍ୟୁଷରୁ ୧୦୮ କୁମ୍ଭାଭିଷେକ କରାଯିବା ପରେ କୁମ୍ଭ ବସାଇ ଅଖଣ୍ଡ ଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଛି।

author-image
Manoranjan Sial
Maa

Maa

ପାର୍ବଣ ଋତୁରେ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ରୀତିନୀତି ଅନୁସାରେ ଚାଲିଥିବା ବେଳେ ଆଜିଠାରୁ ମାଆଙ୍କର ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ମାଆ ବଗଳା ମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।

Advertisment

ରାମଚଣ୍ଡୀଙ୍କ ପୀଠରେ ମା’ ଦଶଭୁଜା ମହିଷ ମର୍ଦ୍ଦିନୀ ଦୁର୍ଗା ବେଶରେ ବନ ଦୁର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି। ଐଶ୍ଵନ୍ୟ ମାସର ମୂଳାଷ୍ଠମୀର ପ୍ରତ୍ୟୁଷରୁ ୧୦୮ କୁମ୍ଭାଭିଷେକ କରାଯିବା ପରେ କୁମ୍ଭ ବସାଇ ଅଖଣ୍ଡ ଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଛି। ପ୍ରତ୍ୟୁଷରୁ ମାଆଙ୍କ ସ୍ନାନ, ସକାଳ ଆଳତି ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ଖଇ ଭୋଗ, ଖେଚୁଡି ଭୋଗ ପରେ ସାହାଣମେଲା, ଦୁଇ ବେଳା ଚଣ୍ଡୀ ପାଠ, ଦ୍ଵି’ପ୍ରହର ଭୋଗରେ ମାଆଙ୍କ ନିକଟରେ ବେଲ ପତ୍ର ପଡି ପୋଡା ମାଛବଳୀ, ମାଛ ବେସର, ଅନ୍ନ, ଡାଲି, ଏଣ୍ଡୁରି ପିଠା ନୈବେଦ୍ୟ ଦିଆଯାଇଥିଲା। ପରେ ମାଆ ବଗଳା ମୁଖୀ ବେଶରେ ଦର୍ଶନ ଦେଇଥିଲେ। ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତୀ, ପୁନଃ ଚଣ୍ଡୀ ପାଠ, ରାତ୍ରି ଭୋଗ, ବଡ ସିଂହାର ବେଶ ପରେ ପହଡ ପଡିଥାଏ। ନବ ଦିନାତ୍ମକ ପୂଜାରେ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରୁ ଆସିଥିବା ସେବକ ପରିବାର ଭକ୍ତ ମାଆଙ୍କୁ ମହାପ୍ରଭୁଙ୍କ ନାକଚଣା ଲାଗି କରିଥିଲେ। ମାଆଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri