ଆଜି କାଳୀୟ ଦଳନ ଏକାଦଶୀ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ। ଏ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି।

ପୁରୀ ଜଗନ୍ନାଥ ମନ୍ଦିର ।

  • Published: Thursday, 29 August 2024
  • , Updated: 29 August 2024, 09:40 AM IST

ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ। ଏ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି। ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା ।

ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ପରେ ପାଲିଙ୍କିରେ ଲବଣିଖିଆ ମଣ୍ଡପ ଯିବେ ଚଳନ୍ତି ପ୍ରତିମା । ସେଠାରେ ମହାଭୋଇ ସେବାୟତ ମାନେ ସରଲବଣୀ ଭୋଗ ଲାଗି ପରେ ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହେବ ।

ଅନ୍ୟପଟେ ଏ ଅବସରରେ ଶ୍ରୀଜିଉ କାଳୀୟ ଦଳନ ବେଶରେ ଦର୍ଶନ ଦେବେ। ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ପରା ରହିଛି । ବିଶ୍ୱସ ରହିଛି ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ସହ ଲଡୁ ଭୋଗ ଖାଇଲେ ସର୍ପଦଂଶନ ଯୋଗ କଟିଥାଏ ।

Related story