Puri
ଶ୍ରୀମନ୍ଦିରରେ ହୋଇପାରିନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି। ଫଳରେ ମହାପ୍ରଭୁ ରାତି ଅନିଦ୍ରାରେ ରହିଛନ୍ତି। ଗତକାଲି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ରାତ୍ର ଶେଷ ପ୍ରହର ଯାଏଁ ପାଳନ ଚାଲିଥିଲା। ଯାହା ଫଳରେ ଶ୍ରୀଜିଉମାନଙ୍କ ରାତ୍ରପହୁଡ଼ ନୀତି ହୋଇପାରିନାହିଁ।
ବିନା ରାତ୍ରପହୁଡ଼ ନୀତିରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଆଜି ସକାଳ ପ୍ରାୟ ଆଠଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳଆଳତି ନୀତି ସଂପନ୍ନ ହୋଇଥିଲା।ପରେ ମହାପ୍ରଭୁଙ୍କ ଅବକାଶ ନୀତି କରାଯାଇଥିଲା଼ ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି ।
ବରିଷ୍ଠ ସେବାୟକ ବିନାୟକ ଦାଶ ମହାପାତ୍ର କହିଛନ୍ତି, କୃଷ୍ଣ ଜନ୍ମ ସରିବା ପରେ ମହାପ୍ରଭୁଙ୍କର ୫ ଦିନ ବେଶ ଚାଲିବ। ନନ୍ଦୋତ୍ସବରେ ବହୁତ ଗୁଡ଼ିଏ ନୀତି ରହିଛି। ଏହି ନୀତି ପାଇଁ ଶ୍ରୀଜିଉମାନଙ୍କ ରାତ୍ରପହୁଡ଼ ଏପଟସେପଟ ହୋଇଛି। ଗତକାଲିଠୁ ବିଭିନ୍ନ ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1693793113.jpg)