Advertisment

ନୂଆବର୍ଷରେ ରାତି ଗୋଟାଏରୁ ଖୋଲିବ ଶ୍ରୀମନ୍ଦିର, ଦେଢ଼ଟାରୁ ଦର୍ଶନ

ରାତି ପାହିଲେ ନୂଆବର୍ଷ। ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଅଭିମୁଖେ ଆସିଲେ। ଆହୁରି ଅନେକ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ମହୋଦଧିରେ ସ୍ନାନ କରି ଭୋରୁ ଭୋରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।

Puri

Puri

Advertisment

ନୂଆବର୍ଷରେ ରାତି ଗୋଟାଏରୁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର। ରାତି ସାଢ଼େ ଗୋଟାଏରେ ମଙ୍ଗଳ ଆଳତି ହେବ। ତା’ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ଓ ଅନ୍ୟାନ୍ୟ ନୀତି ବଢିବ। ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସେଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଅନ୍ୟପକ୍ଷରେ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment

ରାତି ପାହିଲେ ନୂଆବର୍ଷ। ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଅଭିମୁଖେ ଆସିଲେ। ଆହୁରି ଅନେକ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ମହୋଦଧିରେ ସ୍ନାନ କରି ଭୋରୁ ଭୋରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧର୍ମର ମାସ କାର୍ତ୍ତିକରେ ଶ୍ରଦ୍ଧାଳୁମାନେ ଭୋଗିଥିବା ସମସ୍ୟା ଯେମିତି ପୁନର୍ବାର ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ନୂଆବର୍ଷରେ ନୂଆ ବ୍ୟବସ୍ଥା ଲାଗୁ ହେବ। ଲମ୍ବାଧାଡିରେ ଠିଆ ନହୋଇ ଏସି ଟନେଲରେ କିଛି ସମୟ ବସିବାର ବ୍ୟବସ୍ଥା ହୋଇଛି।

ଭକ୍ତଙ୍କୁ ବଡଦାଣ୍ଡକୁ ଆସିବାକୁ ହେଲେ ମାର୍କେଟ ଛକ ବା ମରଚିକୋଟ ଛକରୁ ବ୍ୟାରିକେଡରେ ଏସି ଟନେଲରେ ପ୍ରବେଶ କରିବେ। ସେଠାରେ ଏୟାରକଣ୍ଡିସନ ବ୍ୟବସ୍ଥା କରାଯାଇଛି। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ସ୍ୱତନ୍ତ୍ର ବ୍ୟାରିକେଡ ଦେଇ ସିଂହଦ୍ୱାରରେ ପ୍ରବେଶ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଭକ୍ତଙ୍କ ପାଇଁ ବସିବାର ସୁଯୋଗ ରହିଛି। ଆଜି ଏସି ଟନେଲ ବ୍ୟାରିକେଡରେ ମକଡ୍ରିଲ୍‌ କରାଯାଇଛି। ନିଜେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍‌ପିଙ୍କ ଉପସ୍ଥିତିରେ ମକଡ୍ରିଲ୍‌ କରାଯାଇଥିଲା। ସେପଟେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ସ୍ୱେଚ୍ଛାସେବୀମାନଙ୍କୁ ମୁତୟନ କରାଯାଉଛି।

Advertisment

ଅନ୍ୟପକ୍ଷରେ ନୂଆବର୍ଷ ପାଇଁ ପୁରୀରେ କଡାକଡି କରାଯାଉଛି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ରେ ମଦ ପିଇ ବୁଲିଲେ କାର୍ଯ୍ୟାନୁଷ୍ଠାନ ହେବ। ମାର୍କେଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ଟୁରିଷ୍ଟ ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ। ଦୈନନ୍ଦିନ ବସ ଯେଉଁ ରୁଟରେ ଯିବାଆସିବା କରୁଥିଲା, ସେହି ରାସ୍ତା ଦେଇ ଯିବ।

Puri Shreemandir Puri Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe