Advertisment

ପରିକ୍ରମା ପ୍ରକଳ୍ପ ରଥ ଉଦ୍‌ଘାଟନ ବେଳେ ଗୀତ ଗାଇଲେ ବିଡିଓ

ଶୀତୁଆ ସକାଳରେ ଲୋକାରଣ୍ୟ ଭିତରେ ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ... ଗୀତ ଗାଉଥିଲେ ଭୋଗରାଇ ବିଡିଓ ଉମାକାନ୍ତ ପରିଡା। ଆଉ ତାହାରି ଭିତରେ ୭ ରଥ ବ୍ଲକ କାର୍ଯ୍ୟାଳୟ ପରିଷରରୁ ବାହାରିଥିଲା।

Balasore

Balasore

Advertisment

ସକାଳେ ସକାଳେ ବ୍ଲକ୍‌ ଅଫିସ୍‌ ଆଗରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଷ। ମୃଦଙ୍ଗର ତାଳେ ତାଳେ ଗୀତ ଗାଇଥିଲେ ବିଡିଓ ଉମାକାନ୍ତ ପରିଡା। ଆଉ ଗୀତର ତାଳେ ତାଳେ କୁନି କୁନି ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।... ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ... ଗୀତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଆଉ ତାହାରି ଭିତରେ ବ୍ଲକ୍‌ ଅଫିସ୍‌ ପରିଷରରୁ ବାହାରିଥିଲା ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ।

Advertisment

ଶୀତୁଆ ସକାଳରେ ଲୋକାରଣ୍ୟ ଭିତରେ ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ... ଗୀତ ଗାଉଥିଲେ ଭୋଗରାଇ ବିଡିଓ ଉମାକାନ୍ତ ପରିଡା। ଆଉ ତାହାରି ଭିତରେ ୭ ରଥ ବ୍ଲକ କାର୍ଯ୍ୟାଳୟ ପରିଷରରୁ ବାହାରିଥିଲା। ରଥକୁ ଭୋଗରାଇ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାକାନ୍ତ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି ଓ ଉପାଧ୍ୟାକ୍ଷା ମୀନାରାଣୀ ଶାସମଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ୧୪ ତାରିଖ ପର୍ଯ୍ୟନ୍ତ ବ୍ଲକର ୫୦ଟି ପଞ୍ଚାୟତର ସମସ୍ତ ରାଜସ୍ୱ ଗାଁ ପରିଭ୍ରମଣ କରିବ। ରଥ ପରିକ୍ରମା ସମୟରେ ପ୍ରତି ଘରୁ ମୁଠେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ। ପରିକ୍ରମା ରଥ ଯେଉଁ ଗାଁରେ ପହଞ୍ଚିବ, ସେଠାରେ କୀର୍ତ୍ତନ ମଣ୍ଡଳୀ ଓ ଭକ୍ତମାନେ ସାମିଲ ହୋଇ ରଥକୁ ପାଛୋଟି ନେବେ। ଜଗନ୍ନାଥ ସଂସ୍କତି ଓ ସଦ ଭାବନା ସୃଷ୍ଟି ପାଇଁ ବୁଲୁଥିବା ପରିକ୍ରମା ରଥରୁ ସଂଗୃହୀତ ହୋଇଥିବା ଚାଉଳ ଓ ଗୁଆକୁ ପଞ୍ଚାୟତ ସ୍ତରରେ ଚିହ୍ନଟ ହୋଇଥିବା ଏକ ଦେବାଳୟ ପରିସରରେ ରଖାଯିବ। ପରବର୍ତ୍ତୀ ସମୟରେ ଗାଁରୁ ସଂଗୃହିତ ଚାଳଉ ଓ ଗୁଆକୁ ଶ୍ରୀମନ୍ଦିର ପଠାଯିବ।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe