Advertisment

ଜାନୁଆରୀ ୨୨ ହାଫ୍ ଡେ’; ଘୋଷଣା କଲେ ରାଜ୍ୟ ସରକାର

ଜାନୁଆରୀ ୨୨କୁ ଛୁଟି ଘୋଷଣା କରିବାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଦାବି ଜଣାଇଥିଲେ।

ଅଦ୍ୟତନ ହୋଇଛି
Ram mandir

Ram mandir

Advertisment

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ରାମ ଧ୍ୱନୀ ଶୁଣିବାକୁ ମିଳିଛି। ଏହି ଉତ୍ସବ ପାଇଁ କେନ୍ଦ୍ର ସରକାର ଉକ୍ତ ଦିନକୁ ହାଫ୍‌-ଡେ ଛୁଟି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର଼ ମଧ୍ୟ ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି।

Advertisment

୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୨କୁ ଛୁଟି ଘୋଷଣା କରିବାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଦାବି ଜଣାଇଥିଲେ।

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ। ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେହିଦିନ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏଗୁଡ଼ିକ ଛୁଟି ରହିବ।

Advertisment

ସେହିପରି କିଛି ରାଜ୍ୟ ମଧ୍ୟ ଆସନ୍ତା ଜାନୁଆରୀ ୨୨କୁ ହାଫ-ଡେ ଛୁଟି ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଉକ୍ତ ଦିନ ରାଜ୍ୟରେ ହାଫ-ଡେ ଛୁଟି ଘୋଷଣା କରିଛନ୍ତି। ଗୋଆରେ ମଧ୍ୟ ଜାନୁଆରୀ 22କୁ ସାଧାରଣ ଛୁଟି ଘୋଷଣା କରାଯାଇଛି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ତାଙ୍କ ରାଜ୍ୟବାସୀଙ୍କୁ 22 ଜାନୁଆରୀକୁ ବିଶେଷ ଦିବସ ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ମଧ୍ୟ ପ୍ରଦେଶରେ ମଧ୍ୟ ଏହି ଦିନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ସହ ମଦ ଏବଂ ମାଂସ ଦୋକାନ ବନ୍ଦ ରହିବ। ସେହିପରି ଏହି ଦିବସରେ ଛୁଟି ଘୋଷଣା କରିବାରେ ଛତିଶଗଡ ଏବଂ ହରିଆଣା ସରକାର ନଧ୍ୟ ସାମିଲ ହୋଇଛନ୍ତି। ଅନୁରୂପ ଭାବେ ଏହି ଦୁଇ ରାଜ୍ୟରେ ମଧ୍ୟ ସରକାରୀ ଛୁଟି ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସେହିଦିନ ଅଯୋଧ୍ୟାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Ayodhya Ram Mandir Odisha Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe