Advertisment

ସାବଧାନ! ମଧୁମେହ ହେଲେ ମାଡ଼ିବସେ ଏହି ସବୁ ରୋଗ

ମଧୁମେହ ରୋଗ ଥିଲେ ଅନ୍ୟ କେଉଁସବୁ ରୋଗ ହେବାର ସମ୍ଭାବନା ଥାଏ ଏବଂ କିପରି ଲକ୍ଷଣ ପରଖି ଚିକିତ୍ସା କରିବେ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବର୍ତ୍ତମାନ ସମୟରେ ମଧୁମେହ ଏକ ମହାମାରୀ ଭଳି ମାଡ଼ିଚାଲିଛି। ଏହା ଏକ ସଂକ୍ରାମକ ରୋଗ ନୁହେଁ। ତଥାପି ଏବେ ଘରେ ଘରେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଲୋକଙ୍କୁ ମଧୁମେହ ରୋଗ ବାବଦରେ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଉଛି।

Advertisment

ଏହି ବିଶେଷ ଦିନରେ ଜାଣନ୍ତୁ ମଧୁମେହ ରୋଗ ଥିଲେ ଅନ୍ୟ କେଉଁସବୁ ରୋଗ ହେବାର ସମ୍ଭାବନା ଥାଏ ଏବଂ କିପରି ଲକ୍ଷଣ ପରଖି ଚିକିତ୍ସା କରିବେ...

ଉଚ୍ଚ ରକ୍ତଚାପ(High Blood Pressure)
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହରେ ପୀଡ଼ିତ ରୋଗୀଙ୍କର ପ୍ରଥମେ ଧମନୀ ସଂକୀର୍ଣ୍ଣ ହୋଇଯାଏ। ଏଥି ସହିତ, ରକ୍ତରେ ଶର୍କରା ସ୍ତର ବୃଦ୍ଧି କାରଣରୁ ରକ୍ତ ମୋଟା ହେବା ଆରମ୍ଭ କରେ। ଏହି କାରଣରୁ ହୃଦୟକୁ ସଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ନାହିଁ, ଫଳରେ ଚାପ ଅନୁଭବ ହୁଏ। ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇଥାଏ। 

Advertisment

ଉଚ୍ଚ କୋଲେଷ୍ଟ୍ରଲ(High Cholesterol)
ଉଚ୍ଚ କୋଲେଷ୍ଟ୍ରଲ ରୋଗୀଙ୍କଠାରେ ମଧୁମେହ ହେବାର ଆଶଙ୍କା ବହୁତ ଅଧିକ। ବାସ୍ତବରେ, ଶରୀରରେ ସୁଗର୍(ଶର୍କରା) ସମସ୍ୟା ଦେଖାଦେବା ଏକ ମେଟାବୋଲିକ୍ ଡିଜ୍ଅର୍ଡର୍। ମଧୁମେହ ହେଲେ ମୁଖ୍ୟତଃ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ।ଏହି କାରଣରୁ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ। ଏହା ସହିତ ଫ୍ୟାଟ୍ ମେଟାବୋଲିଜିମ୍ ମଧ୍ୟ ପ୍ରଭାବିତ ହୋଇଥାଏ। ରକ୍ତରେ ଶର୍କରା ବୃଦ୍ଧି କୋଲେଷ୍ଟ୍ରୋଲ୍ ମଧ୍ୟ ବୃଦ୍ଧିକରେ। ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ବୃଦ୍ଧି ପାଇଲେ ହୃଦୟଜନିତ ସମସ୍ୟା ଦେଖାଦିଏ।

ଷ୍ଟ୍ରୋକ(Stroke)
ଯେତେବେଳେ ରକ୍ତ ମୋଟା ହୋଇଯାଏ ଏବଂ ଧମନୀ ସଂକୀର୍ଣ୍ଣ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ଏହି କାରଣରୁ, ରକ୍ତଚାପ ବୃଦ୍ଧି ପାଇ ଷ୍ଟ୍ରୋକ ଆଶଙ୍କା ବଢିଯାଏ। ତେଣୁ, ଏହି ରୋଗରୁ ରକ୍ଷା ପାଇବା ପାଇଁ ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।

କିପରି ମଧୁମେହରୁ ରକ୍ଷା ପାଇବେ
ଏସବୁ ରୋଗରୁ ରକ୍ଷା ପାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ପନିପରିବା, ଫଳ ଏବଂ ଉଚ୍ଚ ଫାଇବର ଖାଦ୍ୟ ଖାଇବା ଉଚିତ୍। ଏଥିସହ ଯୋଗ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ଶୋଇବା, ଧୂମପାନ, କଫିନ୍ ଏବଂ ମଦ୍ୟପାନକୁ ନିୟନ୍ତ୍ରଣରେ ରଖିବା ଜରୁରୀ। 

ମଧୁମେହ ଲକ୍ଷଣ
ମଧୁମେହ ହେଲେ କିଛି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ। ସେଥିମଧ୍ୟରୁ ବାରମ୍ବାର ଶୋଷ ଲାଗିବା ଓ ପରିସ୍ରା ହେବା, ଓଜନ ହ୍ରାସ, ଥକ୍କା, ମୁଣ୍ଡ ବୁଲାଇବା, ଅସ୍ପଷ୍ଟ ଦୃଷ୍ଟି ଇତ୍ୟାଦି। ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Diabetes Health Tips Cholesterol Health Care World Diabetes Day Stroke High Blood Pressure
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe