ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ। ଅନେକ ଯୁବପିଢି ନେତାଜୀଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି। ଭାରତୀୟ ସେନାକୁ ଆହୁରି ପରାକ୍ରମୀ କରିବା ପାଇଁ ନେତାଜୀଙ୍କ ଉଦାହରଣ ଦିଆଯାଏ ଏବଂ ତାଙ୍କ ଜନ୍ମ ଦିବସକୁ ପରାକ୍ରମୀ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ କଟକ ଜନ୍ମସ୍ଥାନ ଜାନକୀ ନାଥ ଭବନରେ ହୋଇଛି ବ୍ୟାପକ ଆୟୋଜନ। ସକାଳୁ ସକାଳୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ବହୁ ବ୍ୟକ୍ତି ମାଲ୍ୟାର୍ପଣ କରିଛନ୍ତି। ଆଉ ତାଙ୍କ ବିରତ୍ୱର ଗାଥାକୁ ମନେ ପକାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।
Events & Festivals
ହିନ୍ଦୁ ମୁସଲିମ ସଦଭାବନା ପୀଠ ହେଉଛି ଜାହାନିଆଁ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତ୍ୟୁଷରେ ଜାହାନିଆଁ ପିରଙ୍କ ପୀଠରେ ମୌଲବୀ(ମୁସଲିମ୍ ପୂଜକମାନେ) ସ୍ଵତନ୍ତ୍ର ନୀତି କରିଥିଲେ। ତା’ପରେ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ପିରବାବାଙ୍କ ଆଶୀର୍ବାଦ ନେଇଥିଲେ।
Events & Festivals
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇବାକୁ ଜଳାଶୟରେ ଜମିଛି ଭିଡ଼
ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Events & Festivals
ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର।
Events & Festivals
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ
ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ।