Advertisment

ଆଜି ଶୁଲିଆ ଯାତ୍ରା, ରକ୍ତ ରଂଜିତ ହେଲା ଶୁଲିଆ ପୀଠ

ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଂଜିତ ହେବ ଶୁଲିଆ ପୀଠ।

author-image
Tapaswini Nayak
ଅଦ୍ୟତନ ହୋଇଛି
suliayatra

suliayatra

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି।

Advertisment

ମଧ୍ୟରାତ୍ରରୁ ନିଶିପୂଜା ପରେ ସକାଳୁ ସକାଳୁ ପାଟବୋଦା ସାଙ୍ଗରେ ଧରି ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହାରିଥିଲେ ଆଦିବାସୀ। ତା’ପରେ ଖଳାପୂଜା ହେବା ସହ ବଳି ପର୍ବ ଆରମ୍ଭ ହୋଇଥିଲା। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଂଜିତ ହେଲା ଶୁଲିଆ ପୀଠ।

ପୂର୍ବରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୁଲିସ ପ୍ରଶାସନ। ଆଉ ସେଭଳି କିଛି କଟକଣା ନାହିଁ।

Advertisment

କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁବଳି ପଡ଼ିବା ସମ୍ଭାବନା ରହିଛି।  ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Bolangir