Advertisment

ଐଶ୍ୱର୍ଯ୍ୟାଙ୍କୁ ଡରୁଥିଲେ ସୁସ୍ମିତା ସେନ, ମା’ଙ୍କ କଥା ମାନିବାରୁ ହାତେଇଲେ ମୁକୁଟ

ନିଜ ସୌନ୍ଦର୍ଯ୍ୟ ଓ ବିଚକ୍ଷଣ ବୁଦ୍ଧି ଯୋଗୁ ୧୯୯୪ ମସିହାରେ ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe) ଟାଇଟଲ୍‌ ହାସଲ କରିଥିଲେ ସୁସ୍ମିତା ସେନ। ଏହି ଟାଇଟଲ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ।

ଅଦ୍ୟତନ ହୋଇଛି
Susmita Sen

Susmita Sen

Advertisment

ବ୍ରେନ୍‌ ୱିଥ୍‌ ବିୟୁଟି। ନିଜ ସୌନ୍ଦର୍ଯ୍ୟ ଓ ବିଚକ୍ଷଣ ବୁଦ୍ଧି ଯୋଗୁ ୧୯୯୪ ମସିହାରେ ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe) ଟାଇଟଲ୍‌ ହାସଲ କରିଥିଲେ ସୁସ୍ମିତା ସେନ। ଏହି ଟାଇଟଲ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ। ଏହା ପଛରେ ଥିଲା ତାଙ୍କ ମା’ଙ୍କ ଅବଦାନ। ଯଦି ତାଙ୍କ ମା’ ପଦେ ଦୁଇ ପଦ କଟୁ କଥା କହି ନଥା’ନ୍ତେ ଓ ପ୍ରୋତ୍ସାହିତ କରି ନଥା’ନ୍ତେ, ହୁଏତ ସୁସ୍ମିତା ସେନ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ପର୍ଯ୍ୟନ୍ତ ମଧ୍ୟ ଯାଇପାରି ନଥା’ନ୍ତେ।

Advertisment
Susmita Senସୁସ୍ମିତା ସେନ ।

୧୯୯୪ ମସିହା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଐଶ୍ୱର୍ଯ୍ୟା ରାୟ। ସେତେବେଳକୁ ଐଶ୍ୱର୍ଯ୍ୟା ଟିକେ ଜଣାଶୁଣା ଚେହେରା ଥିଲେ। ସେ ମଡେଲିଂରେ କ୍ୟାରିୟର ଆରମ୍ଭ କରିସାରିଥିଲେ। ତାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍ଧ କରୁଥିଲା। ଐଶ୍ୱର୍ଯ୍ୟା ସେହି ବର୍ଷ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଉଥିବା ଶୁଣି ୨୫ରୁ ଅଧିକ ଯୁବତୀ ଏଥିରୁ ସେମାନଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଯେତେବେଳେ ସୁସ୍ମିତା ସେନ ଏହି ପ୍ରତିଯୋଗିତା ପାଇଁ ଫର୍ମ ପକାଇବାକୁ ଯାଇଥିଲେ, ସେତେବେଳେ ସେ ମଧ୍ୟ ଐଶ୍ୱର୍ଯ୍ୟା ଏଥିରେ ଭାଗ ନେଉଥିବା ଜାଣିବାକୁ ପାଇଥିଲେ। ଐଶ୍ୱର୍ଯ୍ୟାଙ୍କ ନାଁ ଶୁଣି ସୁସ୍ମିତା ଝାଉଁଳି ପଡ଼ିଥିଲେ। ସେ ବି ଏହି ପ୍ରତିଯୋଗିତାରୁ ବାହାରି ଯିବାକୁ ସ୍ଥିର କରିଥିଲେ।

Aishwarya  Rai & Susmita Senସୁସ୍ମିତା ସେନ  ଓ ଐଶ୍ୱର୍ଯ୍ୟା ରାୟ 

ଘରକୁ ଫେରିବା ପରେ ସୁସ୍ମିତା ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ସୁସ୍ମିତାଙ୍କ କଥା ଶୁଣି ତାଙ୍କ ମା’ ରାଗି ଯାଇଥିଲେ। ସେ ସୁସ୍ମିତାଙ୍କୁ କହିଥିଲେ, ପ୍ରତିଯୋଗିତାରେ ପ୍ରବେଶ କରିବା ପୂର୍ବରୁ ତୁମେ ଆଶା ଛାଡ଼ି ଦେଉଛ? ଯଦି ସେ (ଐଶ୍ୱର୍ଯ୍ୟା ରାୟ) ଜିତି ଯିବେ, ତା’ହେଲେ ଅସୁବିଧା କ’ଣ? ଯଦି ତୁମେ ଭାବୁଛ ଯେ ଐଶ୍ୱର୍ଯ୍ୟା ରାୟ ବିଶ୍ୱର ସବୁଠୁ ସୁନ୍ଦର ମହିଳା, ତା’ହେଲେ ତାଙ୍କଠାରୁ ପରାଜିତ ହୁଅ। ଆଉ କାହାଠାରୁ ହାରିବାରେ କ’ଣ ମୂଲ୍ୟ ଅଛି? ଯାଅ ଓ ତୁମର ସର୍ବଶ୍ରେଷ୍ଠ ଦକ୍ଷତାକୁ ପ୍ରତିପାଦିତ କର।

Advertisment
Susmita Sen with kidsନିଜ ଦୁଇ ପାଳିତ କନ୍ୟାଙ୍କ ସହ ସୁସ୍ମିତା ।

ମା’ଙ୍କ ଠାରୁ ପ୍ରେରଣା ପାଇ ୧୯୯୪ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ସୁସ୍ମିତା ସେନ୍‌। ଏଥିରେ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଟାଇ ହୋଇଥିଲା। ଫଳରେ ବିଜେତା ଘୋଷଣା ପାଇଁ ବିଚାରକ ମଣ୍ଡଳୀଙ୍କୁ ଟାଇ-ବ୍ରେକର ବ୍ୟବସ୍ଥାକୁ ଆପଣାଇବାକୁ ପଡ଼ିଥିଲା। ଟାଇ-ବ୍ରେକର ରାଉଣ୍ଡରେ ବିଜୟୀ ହୋଇଥିଲେ ସୁସ୍ମିତା ସେନ୍‌। ସେ ପିନ୍ଧିଥିଲେ ମିସ୍ ଇଣ୍ଡିଆ ମୁକୁଟ। ଆଉ ପ୍ରଥମ ରନର ଅପ୍ ହୋଇଥିଲା ଐଶ୍ୱର୍ଯ୍ୟା ରାୟ।

Susmita with Familyପରିବାର ସହ ସୁସ୍ମିତା ।

ମିସ୍ ଇଣ୍ଡିଆ ଟାଇଟଲ ଜିତିବା ପରେ ସେହିବର୍ଷ ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe) ପ୍ରତିଯୋଗିତାରେ ଭାଗ ନେଇଥିଲେ ସୁସ୍ମିତା ସେନ୍‌। ସେହିପରି ସୁସ୍ମିତା ସେନ୍ ବିଶ୍ୱ ସୁନ୍ଦରୀ (Miss World) ପ୍ରତିଯୋଗିତାରେ ଭାଗ ନେଇଥିଲେ। ଗୌରବର କଥା ଉଭୟେ ଟାଇଟଲ ହାସଲ କରିଥିଲେ।

Bollywood News Bollywood Susmita Sen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe