Advertisment

ଆଜି ଗୁରୁ ଦିବସ, ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଉଛନ୍ତି ଛାତ୍ରଛାତ୍ରୀ

୧୯୬୨ ମସିହାରୁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରୁଛି ସାରା ଦେଶ

author-image
Tapaswini Nayak
Teacher day

Teacher day

ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ଓ ଉତ୍ତମ ନାଗରିକ କରିବାରେ ଗୁରୁଙ୍କ ଅବଦାନ ବେଶ୍ ମହତ୍ତପୂର୍ଣ୍ଣ।

Advertisment

ସମାଜ ଗଠନ ଏବଂ ରାଷ୍ଟ୍ରଗଠନରେ ମଧ୍ୟ ଗୁରୁଙ୍କ ବହୁତ ବଡ଼ ଭୂମିକା ରହିଛି। ଏହିଦର୍ଶନକୁ ପ୍ରାଧାନ୍ୟ ଦେଉଥିବା ମହାନ ଜନନାୟକ ଦାର୍ଶନକ ଡ. ରାଧାକ୍ରିଷ୍ଣନ କହିଥିଲେ "teachers should be the best minds in the country"। ୧୯୬୨ ମସିହାରୁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରୁଛି ସାରା ଦେଶ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି।

କାହିଁକି ତାଙ୍କ ଜନ୍ମଦିନ ପାଲଟିଗଲା ଗୁରୁ ଦିବସ?

୧୯୬୨ ମସିହାରେ ଦେଶର ରାଷ୍ଟ୍ରପତିଭାବେ ଦାୟିତ୍ୱ ନେବା ପରେ ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ତାଙ୍କ ଛାତ୍ରଛାତ୍ରୀମାନେ 'ରାଧାକ୍ରିଷ୍ଣନ୍‌ ଦିବସ' ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ। ବରଂ କହିଥିଲେ,ଏହି ଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ ନକରି ଦେଶବ୍ୟାପୀ 'ଗୁରୁ ଦିବସ' ରୂପେ ପାଳନ କରାଯାଉ। ଆଉ ସେବେଠାରୁ ଅର୍ଥାତ୍‌ ୧୯୬୨ ମସିହା ସେପ୍ଟେମ୍ବର ୫ରୁ, ସେହି ମହାନ୍‌ ଗୁରୁ ତଥା ଦାର୍ଶନିକ ପ୍ରଫେସର୍‌ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପୂଣ୍ୟ ଜନ୍ମ ଦିନକୁ ସାରା ଦେଶରେ 'ଗୁରୁ ଦିବସ' ଭାବେ ପାଳନ କରାଯାଉଛି।

Advertisment
Bhubaneswar Teachers' Day