Advertisment

୧୧ ସୁଦ୍ଧା ନିର୍ମାଣ ସରିବ ପୁରୀ ପରିକ୍ରମା ପ୍ରକଳ୍ପ, ୧୪ରୁ ହାତକୁ ନେବ ପୁଲିସ

ପରିକ୍ରମା ପ୍ରକଳ୍ପ ୧୭ତାରିଖରେ ଲୋକାର୍ପଣ ହେବ । ଏହି ଉଦଘାଟନ ସମାରୋହରେ ସାମିଲ ହେବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

author-image
Ordigital Desk
puri

puri

ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଶ୍ୱର୍ରେ ଚାଲିଥିବା ପରିକ୍ରମା ପ୍ରକଳ୍ପ(ଐତିହ୍ୟ କରିଡର)ର ନିର୍ମାଣ କାର୍ଯ୍ୟ ଚଳିତମାସ ୧୧ତାରିଖ ସୁଦ୍ଧା ଶେଷ ହେବ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି।

Advertisment

ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଚଳିତମାସ ୧୧ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ନିର୍ଦ୍ଦେଶ ଦିଆଯାଇଛି । ଓବିସିସି କର୍ତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ । ଏହାପରେ ଜାନୁୟାରୀ ୧୪ରୁ ଏସବୁ ଅଂଚଳର ସୁରକ୍ଷା ପାଇଁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ପରିକ୍ରମା ପ୍ରକଳ୍ପ ୧୭ତାରିଖରେ ଲୋକାର୍ପଣ ହେବ । ଏହି ଉଦଘାଟନ ସମାରୋହରେ ସାମିଲ ହେବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠାର ଛାତ ଉପରେ ବସିବାର ବ୍ୟବସ୍ଥା ହେବ । ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବଡ଼ଦାଣ୍ଡରେ ଥିବା ବିଭିନ୍ନ ମଠ ଓ କୋଠାର ମାଲିକଙ୍କୁ ଚିଠି ଲେଖିଛନ୍ତି । ଦୁଧୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗ ଅଫିସ ଓ ସିଂହଦ୍ୱାର ସୂଚନା କେନ୍ଦ୍ର କୋଠାରେ ବସିବା ପାଇଁ ବ୍ୟବସ୍ଥା ହୋଇଛି।

Advertisment

ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ଲୋକାର୍ପଣ ପୂର୍ବରୁ ପ୍ରକଳ୍ପ ଅଂଚଳରେ ଶେଷ କରାଯିବ । ସୁରକ୍ଷା ଦୃଷ୍ଟିରୁ ସମଗ୍ର ସହରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ଦିନ ପୁରୀ ସହରକୁ ଆସୁଥିବା ଗାଡ଼ିଗୁଡ଼ିକ ନୂଆ ପାର୍କିଂ ସ୍ଥଳୀ ସମଙ୍ଗରେ ରହିବ । ଶନିବାରଠୁ ପ୍ରତ୍ୟେକ ପଂଚାୟତରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ରଥ ବୁଲିବା ସହ ଚାଉଳ ଓ ଗୁଆ ସଂଗ୍ରହ କରାଯିବ ।
ମୁଖ୍ୟ ସଚିବଙ୍କ ସହ ଯାଇଥିବା ପୁଲିସ ଏଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର କହିଛନ୍ତି ଯେ, ଭିଆଇପି ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏହାସହିତ ଉଦଘାଟନ ଦି ଶ୍ରଦ୍ଧାଳୁମାନେ ଯେପରି ସହଜରେ ଦର୍ଶନ କରିପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି ।

Puri Srimandir Parikrama Project