puri gajapti
ପାରମ୍ପରିକ ରୀତିନୀତିରେ ଶ୍ରୀନଅର ପରିସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ନୀତି ସମ୍ପନ୍ନ ହୋଇଛି। ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ପୂଜା ବିଧି ପରେ ନୀତି ସଂପନ୍ନ ହୋଇଛି। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ।
ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନଅରରେ ବିଶେଷ ନୀତ ଅନୁଷ୍ଠିତ ହୋଇଥିଲା। ଅଭିଷେକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ସମ୍ପନ୍ନ କରାଯାଇଥିଲା।
ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା। ଗଜପତି ତାଙ୍କର ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଗଜପତି ଆଶୀର୍ବାଦ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us