Advertisment

ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା

ଶ୍ରୀମନ୍ଦିର ଇତିହାସ କହେ, ୧୧୫ ବର୍ଷ ତଳେ ଅର୍ଥାତ୍ ୧୯୦୯ ମସିହାରେ ରଥଯାତ୍ରା ଦିନ ସମାନ ଯୋଗ ପଡ଼ିଥିଲା। ଜୁନ୍ ୧୮ ତାରିଖରେ ରଥଯାତ୍ରା ଦିନ ସୂର୍ଯ୍ୟୋପରାଗ ପଡ଼ିଥିବାରୁ ଗ୍ରହଣ ନୀତି ସରିବା ପରେ ତା’ ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।

author-image
Manoranjan Sial
Ratha

Ratha

ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ତା’ହେଲେ ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼ ନୀତିକାନ୍ତି? ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ ନା ନାହିଁ? କେତେବେଳେ ଟଣା ହେବେ ତିନି ରଥ? ତିନି ରଥ ସେ ଦିନ ଗୁଣ୍ଡିଚା ମନ୍ଦିରରେ ଲାଗିବ ନା ତା’ ପରଦିନ ପୁଣି ଟଣାଯିବ? ଏସବୁ ପ୍ରଶ୍ନକୁ ନେଇ ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ମନରେ ଉପୁଜିଛି ସନ୍ଦେହ। ତା’ସହ ପୂର୍ବରୁ କେବେ ଏଭଳି ବିରଳ ସଂଯୋଗ ପଡ଼ିଥିଲା କି ନାହିଁ ତା’ର ମଧ୍ୟ ତର୍ଜମା ଚାଲିଛି।

Advertisment

ଶ୍ରୀମନ୍ଦିର ଇତିହାସ କହେ, ୧୧୫ ବର୍ଷ ତଳେ ଅର୍ଥାତ୍ ୧୯୦୯ ମସିହାରେ ରଥଯାତ୍ରା ଦିନ ସମାନ ଯୋଗ ପଡ଼ିଥିଲା। ଜୁନ୍ ୧୮ ତାରିଖରେ ରଥଯାତ୍ରା ଦିନ ସୂର୍ଯ୍ୟୋପରାଗ ପଡ଼ିଥିବାରୁ ଗ୍ରହଣ ନୀତି ସରିବା ପରେ ତା’ ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା। ସେହିଭଳି ୧୯୭୧ ମସିହାରେ ମଧ୍ୟ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡ଼ିଥିଲା। ଏମିତିକି ସେ ବର୍ଷ ରଥଖଳାରୁ ତିନି ରଥ ସିଂହଦ୍ୱାରକୁ ଆଣିବା ପାଇଁ ପଟିଦିଅଁଙ୍କଠୁ ରଥ ଆଜ୍ଞାମାଳ ଓ ଧ୍ୱଜା ଆଜ୍ଞାମାଳ ବି ଆସିଥିବାର ତଥ୍ୟ ରହିଛି। ଏମିତିକି ଘୋଷଯାତ୍ରା ନୀତି ବିଳମ୍ବ ହେବାରୁ ସେଦିନ ଅପରାହ୍ନ ସାଢ଼େ ୨ଟାରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇଥିଲା ଓ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ରଥଟଣା ହୋଇଥିଲା। ଯେହେତୁ ଏବର୍ଷ ପୁଣି ସେଭଳି ବିରଳ ସଂଯୋଗ ପଡୁଛି, ତେଣୁ ସେ ନେଇ କିଭଳି ନୀତିକାନ୍ତି ହେବ? ଏବର୍ଷ ବି ପଟିଦିଅଁଙ୍କଠୁ ଆଜ୍ଞାମାଳ ରଥ ଖଳାକୁ ଯିବ କି? ଯଦି ସକାଳ ଧୂପ ପରେ ରଥ ଆଜ୍ଞାମାଳ ଯିବ, ତାହାରେ ଧ୍ୱଜା ଆଜ୍ଞାମାଳ କେତେବେଳେ ଯିବ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ଶାସ୍ତ୍ର ବିଧି ଓ ଇତିହାସକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସେବାୟତ।

ଶ୍ରୀକ୍ଷେତ୍ରରେ ଗୋଟିଏ ଦିନରେ ରଥଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ। କେମିତି ଶୃଙ୍ଖଳିତ ହେବ ନୀତିକାନ୍ତି? କେତେ ଶୀଘ୍ର ଏସବୁ ସଂପନ୍ନ କରାଇ ରଥ ଟଣା ହେବ? ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନଠୁ ରାଜ୍ୟ ସରକାରଙ୍କ ଯାଏଁ, ସମସ୍ତେ ସକ୍ରିୟ ହୋଇଛନ୍ତି। ଇତି ମଧ୍ୟରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଶୃଙ୍ଖଳିତ ରଥଯାତ୍ରାର ସମୀକ୍ଷା କଲେଣି। ଆଇନମନ୍ତ୍ରୀ କହିଛନ୍ତି, ଏଥର ରଥଯାତ୍ରା ଉଦାହରଣ ସୃଷ୍ଟି କରିବ। ଯାତ୍ରାକୁ ସାଫଲ୍ୟ କରିବା ପାଇଁ ସରକାର ବିସ୍ତୃତ ଆଲୋଚନା କରୁଛନ୍ତି।

Advertisment
Ratha Yatra Puri Shreemandir Puri