Advertisment

ସୂକ୍ଷ୍ମ ସୁତାକୁ ଜୀବନ୍ତ କରୁଛନ୍ତି ସୁବର୍ଣ୍ଣପୁରର ବାନ୍ଧ କାରିଗର

ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ସୂକ୍ଷ୍ମ ସୁତା। ବିଦ୍ୟାବାଲାନ ଶାଢୀଠୁ ଆରମ୍ଭ କରି ଗଣିତ ଶାଢୀ, ମାଆ ଶାଢୀ, ଫ୍ରେଣ୍ଡସିପ୍‌ ଶାଢୀ ଓ ଗଞ୍ଜପା ଭଳି ଅନେକ ଶାଢୀ ଜିଲ୍ଲାର ବୁଣାକାରଙ୍କୁ ଦେଇଛି ରାଜ୍ୟ ତଥା ଜାତୀୟ ସମ୍ମାନ।

ଅଦ୍ୟତନ ହୋଇଛି
Handloom Worker

Handloom Worker

Advertisment

ବାନ୍ଧକଳାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ। ବସ୍ତ୍ର ଓ ବୟନ କ୍ଷେତ୍ରରେ ଏକ ଆଗୁଆ ଜିଲ୍ଲା ଭାବେ ପରିଚିତ। ସୂକ୍ଷ୍ମ ସୁତାକୁ ନେଇ ଏଠିକାର ବୁଣାକାର ଦେଖାନ୍ତି କାରନାମା। ଏଠିକାର ବୁଣାକାର ଏତେ ସିଦ୍ଧହସ୍ତ ଯେ ମନରେ ଭାବୁଥିବା ପ୍ରତ୍ୟେକଟି କଥାକୁ ଅବିକଳ ଉତାରି ପାରନ୍ତି ବସ୍ତ୍ର ଉପରେ। ଯୋଉଁଥିପାଇଁ ଏଠାକାର ବୁଣାକାରଙ୍କୁ ସମଗ୍ର ଦେଶରେ ବିଭିନ୍ନ ସମୟରେ ମିଳୁଛି ଅନେକ କ୍ଷାତି ଓ ସମ୍ମାନ। ଲାଭବାନ ମଧ୍ୟ ହେଉଛନ୍ତି। ଏବେ ଜିଲ୍ଲାରେ ପ୍ରାୟ ୬୦୦୦ ବୁଣାକାର ତନ୍ତରେ ଲୁଗା ବୁଣି ପରିବାର ଭରଣପୋଷଣ କରୁଛନ୍ତି।

Advertisment

ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ସୂକ୍ଷ୍ମ ସୁତା। ବିଦ୍ୟାବାଲାନ ଶାଢୀଠୁ ଆରମ୍ଭ କରି ଗଣିତ ଶାଢୀ, ମାଆ ଶାଢୀ, ଫ୍ରେଣ୍ଡସିପ୍‌ ଶାଢୀ ଓ ଗଞ୍ଜପା ଭଳି ଅନେକ ଶାଢୀ ଜିଲ୍ଲାର ବୁଣାକାରଙ୍କୁ ଦେଇଛି ରାଜ୍ୟ ତଥା ଜାତୀୟ ସମ୍ମାନ। ସରକାରୀ ଭାବେ ଉଚିତ ବଜାର ବ୍ୟବସ୍ଥା କରାଗଲେ ଏଠିକାର ବୁଣାକାରଙ୍କ ଅର୍ଥିକ ସ୍ଥିତି ଆଉ ଟିକିଏ ସୁଧାର ହୋଇପାରନ୍ତା ବୋଲି କହିଛନ୍ତି ବାନ୍ଧ ଗୁରୁ ପ୍ରଫୁଲ୍ଲ ମେହେର।

Bandha Karigaraନିଜ କାମରେ ବ୍ୟସ୍ତ ଜଣେ ବୁଣାକାର

ଅନ୍ୟମାନଙ୍କୁ ସୂକ୍ଷ୍ମ ସୁତାର ବସ୍ତ୍ର ପିନ୍ଧାଉଥିବା ବୁଣାକାରଙ୍କ ପାଇଁ ସରକାରୀ ଭାବେ ହେଉଛି ଅନେକ ଯୋଜନା। ଯୁଗ ବଦଳିବା ସହ ସେମାନଙ୍କ ବସ୍ତ୍ର ବୁଣିବା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ହୋଇଛି। ତେଣୁ ସରକାରୀ ଭାବେ ସେମାନଙ୍କ ବସ୍ତ୍ର ବୁଣିବାକୁ ସହଜ ଓ ସୁଗମ କରିବା ପାଇଁ ଦିଆଯାଉଛି ଅନେକ ତନ୍ତ ସାମଗ୍ରୀ। ସୁବର୍ଣ୍ଣପୁର ଜିଲ୍ଲା ବୟନ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବୁଣାକାରଙ୍କୁ ତନ୍ତ ସାମଗ୍ରୀ ପ୍ରଦାନ କରାଯାଉଛି। ଯାହାକୁ ନେଇ ଏବେ ବେଶ ଖୁସି ବ୍ୟକ୍ତ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର।

Advertisment

ରିପୋର୍ଟ-ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Handloom Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe