Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା; ଅକ୍ଷିମୁଠି ଅନୁକୂଳ କରିବ ଚଷା ପୁଅ

ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା

Akhayatritiya

Akhayatritiya

Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି।

Advertisment

ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ। ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବ। ତା’ପରେ ବ୍ରାହ୍ମଣ ମାନେ କୁରାଢିରେ କାଠକୁ ଛୁଇଁବେ। ସମସ୍ତ ମହାରଣା ଓ ଭୋଇ ସର୍ଦ୍ଦାର, ରୂପକାର, ଚିତ୍ରକାର, ମୁଖ୍ୟ ସେବାୟତଙ୍କୁ ଶାଢି ବନ୍ଧାଯିବ। ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ନିର୍ମାଣ ବିଧି। ଆଉ ଚଳଚଞ୍ଚଳ ହୋଇପଡିବ ରଥଖଳା।

ସେହିପରି ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା
ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି।

Advertisment
Akhayatritiya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe