Advertisment

ଆଜି ଛଟ୍‌ ପୂଜା; ନଦୀପଠାରେ ଜମିଛି ବ୍ରତଧାରୀଙ୍କ ଭିଡ଼

ଆଜି ହେଉଛି ପବିତ୍ର ଛଟ ପୂଜାର ଅନ୍ତିମ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଏହି ଅବସରରେ ଛଟ୍‌ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି।

author-image
Niharika Rout
Chat Puja

Chat Puja

ଆଜି ହେଉଛି ପବିତ୍ର ଛଟ ପୂଜାର ଅନ୍ତିମ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଏହି ଅବସରରେ ଛଟ୍‌ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି।

Advertisment

ପ୍ରକୃତି ରୁ ମିଳୁଥିବା ସମସ୍ତ ଫଳ ମୂଳ ଦେଇ ମାତା ଛଟିଙ୍କ ପୂଜା କରାଯାଇଥାଏ । ଆଜି ଅନ୍ତିମ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘୀୟ ଦେଇ ପୂଜା ସମ୍ପନ୍ନ କରୁଛନ୍ତି ବ୍ରତଧାରୀ । ତେବେ ବିଶ୍ୱାସ ରହିଛି ମାତା ଛଟିଙ୍କୁ ଯାହା ମାଗିଲେ ତାହା ପୂର୍ଣ୍ଣ ହୋଇଥାଏ ।

Chat Pujaଛଟ୍‌ ବ୍ରତଧାରୀ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି।

ଏହି ଅବସରରେ ବ୍ରତଧାରୀମାନେ ସୂର୍ଯ୍ୟଙ୍କ ଠାରେ ଫଳ ଲାଗି କରିବା ସହ ଗୁଡ ଓ ବେସନରେ ତିଆରି ଠେକୁଆ ପ୍ରସ୍ତୁତ କରି ପୂଜା କରିଛନ୍ତି। ଏହି ପୂଜା ସହ ସମାପନ ହେବ ବ୍ରତ। ବିହାର ବାସୀଙ୍କ ଗଣପର୍ବ ଭାବରେ ପରିଚିତ ଛଟ୍ ପୂଜାକୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପାଳନ କରାଯାଉଛି।

Advertisment

ରାଉରକେଲା ସହର ରେ ଏଥି ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ । ସହର ରେ ୪୦ ଟି ଘାଟ ରେ ପୂଜା ଚାଲିଛି । ଏଥିସହ କଟକର ବିଭିନ୍ନ ଘାଟରେ ସକାଳୁ ଛଟ୍‌ ବ୍ରତଧାରୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।