Advertisment

ଆଜି ପବିତ୍ର ମହାଳୟା, ନବରାତ୍ର ପୂଜା ଆରମ୍ଭ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ମା’ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି।

author-image
Niharika Rout
Ma SAMALEI

Ma SAMALEI

ଆଜି ପବିତ୍ର ମହାଳୟା। ମା’ ଜଗତଜନନୀଙ୍କ ଆଗମନ ହେବ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।

Advertisment

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ମା’ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମା’ଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି।

ମା’ଙ୍କର ସେହି ଦୁର୍ଲଭ ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ରିତି ନିତୀ ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Advertisment

ସକାଳ ୫ଟାରୁ ଦିନ ୧୧ଟା ୪୫ ଯାଏ ଭକ୍ତମାନଙ୍କର ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ପରେ ଅନ୍ନ ପ୍ରସାଦ ପାଇଁ ୧୧ ଟା ୪୫ ରୁ ୧୨ ଟା ୩୦ ଯାଏ ଦର୍ଶନ ବନ୍ଦ ରହିବ । ପରେ ୧୨ ଟା ୩୦ ରୁ ସଂଧ୍ୟା ୭ ଟା ୪୫ ଯାଏ ଖୋଲା ରହିବ । ଆଳତୀ ପାଇଁ ୭ ଟା ୪୫ ରୁ ୮ ଟା ୩୦ ଯାଏ ବନ୍ଦ ରହିବ ଓ ତା' ପରେ ପୁଣି ଦର୍ଶନ ଚାଲିବ।

ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ ଓ ଶ୍ରାଦ୍ଧ ପରମ୍ପରା ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ବଢ଼ିଛି।

Sambalpur