Advertisment

ଆଜି ମକର ସଂକ୍ରାନ୍ତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକରଚୌରାଶୀ ବେଶରେ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି

ଅଦ୍ୟତନ ହୋଇଛି
Puri Jagannath Temple

Puri Jagannath Temple

Advertisment

ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ।

Advertisment

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ସର୍ବ ଭାରତୀୟ ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରନ୍ତି। ଏହି ପର୍ବ ପାଳନର କିଛି ବିଶେଷତ୍ୱ ରହିଥାଏ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକରଚୌରାଶୀ ବେଶରେ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

Advertisment

ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ। ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି।

ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ପର୍ବ ଅନୁଷ୍ଠିତ ହୋଇଥାଏ। ମକର ମେଳା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରସିଦ୍ଧ ବାବା ହଟକେଶ୍ୱର ମନ୍ଦିର। ବାଘମାରି ଅଟ୍ରିରେ ପ୍ରସିଦ୍ଧ ବାବାହଟକେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବିଶ୍ୱାସ ରହିଛି ପ୍ରଭୁ ହଟକେଶ୍ୱରଙ୍କର ମନ୍ଦିର ନିକଟରେ ଥିବା ଅଟ୍ରିରେ ମକର ସଂକ୍ରାନ୍ତି ଦିନ ମାନସିକ କରି ବୁଡପକାଇ ଗୁଆ ଖାଇଲେ ସନ୍ତାନ ପ୍ରାପ୍ତି ହୋଇଥାଏ।  

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe