Advertisment

ଆଜି ମହରମ୍,ବାହାରିବ ତାଜିଆ ଶୋଭାଯାତ୍ରା

ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ।

ଅଦ୍ୟତନ ହୋଇଛି
muharram

muharram

Advertisment

ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ୍। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ। ୭ଟି କାଫିଲା ସହର ପରିକ୍ରମ ପରି ମଦିନା ମୈଦାନରେ ପହଞ୍ଚିବ।

Advertisment

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାରେ ୨ଜଣ ଅତିରିକ୍ତ ଏସପି, ଓ ୫ଜଣ ଡିଏସପିଙ୍କ ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଡ୍ରୋନ କ୍ୟାମେରା ସହ ସିସିଟିଭି ଜରିଆରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ସୋଶାଲ ମିଡିଆରେ କୌଣସ ପ୍ରକାର ଗୁଜବ ନ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ଧନୁପାଲି ଥାନା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ମହରମ୍ ପାଳନ ପାଇଁ ଗତ ୨୭ ତାରିଖରେ ସହରର ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଚଳିତବର୍ଷ ମହରମ୍ ପର୍ବ ପାଳନ ବେଳେ ମିଳିତ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି ।

Advertisment
Bhadrak Muharram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe