Advertisment

ଆଜି ମହରମ୍,ବାହାରିବ ତାଜିଆ ଶୋଭାଯାତ୍ରା

ଭଦ୍ରକରେ ଆଜି ସନ୍ଧ୍ୟାରେ କାଫେଲା ଶୋଭାଯାତ୍ରା ବାହାରିବ।

author-image
Tapaswini Nayak
Muharram

Muharram

ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ। ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ଆଜି ସନ୍ଧ୍ୟାରେ କାଫେଲା ଶୋଭାଯାତ୍ରା ବାହାରିବ। ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।

Advertisment

ଭଦ୍ରକ ପୁଲିସ ପକ୍ଷରୁ କାଲି ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚରେ ଭଦ୍ରକ ଏସପି ବରୁଣ ଗୁଣ୍ଠପାଲୀ, ୨ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୨୫ଜଣ ଇନ୍ସପେକ୍ଟର, ୧୨୭ ଜଣ ଏସଆଇ/ ଏଏସ ଆଇ ଓ ୨୪ ପ୍ଲାଟୁନ ଫୋର୍ସ ଓ ୩କମ୍ପାନୀ ସିଏପିଏଫ ଫୋର୍ସ  ସାମିଲ ହୋଇଥିଲେ। ଫ୍ଲାଗମାର୍ଚ୍ଚ ଗୋଶାଳା ଛକରୁ ପୁରୁଣା ବଜାର ଦେଇ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ପରିକ୍ରମା କରିଥିଲା। ଧାମନଗର ସହ ଜିଲ୍ଲାର ଅନ୍ୟ ସ୍ଥାନରେ ବି ମହରମ ପର୍ବ ପାଳନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। କାଲି ସମ୍ବଲପୁର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କାରାଯାଇଛି। ଜିଲ୍ଲା ପୁଲିସ୍ ସହ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି। ସମ୍ବଲପୁର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛି ପୁଲିସ। ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି।

Advertisment
Sambalpur Bhadrak