Advertisment

ପଖାଳ ଓଡ଼ିଆଙ୍କର କେବଳ ଖାଦ୍ୟ ନୁହେଁ, ଏକ ଭାବାବେଗ

ବିଶେଷ କରି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଗରିବଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ପଖାଳ ଖାଆନ୍ତି।

ଅଦ୍ୟତନ ହୋଇଛି
Pakhal divas

Pakhal divas

Advertisment

ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ଖାଇ ଦେଲେ ମନକୁ ଶାନ୍ତି ମିଳେ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପଖାଳ ଖାଇ ଏହି ଦିନକୁ ପାଳନ କରିଥାନ୍ତି। ଆଉ ପଖାଳ କଂସାରେ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

Advertisment

ବିଶେଷ କରି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଗରିବଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ପଖାଳ ଖାଆନ୍ତି। ଏପରିକି ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ଖରା ଦିନେ ତ ପଖାଳର ଚାହିଦା ଅଧିକ। ଏହି ସମୟରେ ପ୍ରାୟ ସମସ୍ତେ ପଖାଳ ଖାଆନ୍ତି। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲରେ ବି ଏହା ମିଳିଥାଏ। ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ପକା ଯାଇଥାଏ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଇତ୍ୟାଦି। ପଖାଳ ସହିତ ଲୋକେ ଶାଗ, ବଡ଼ିଚୁରା ଓ ବିଭିନ୍ନ ପ୍ରକାର ଭଜା ଖାଆନ୍ତି। ପଖାଳ ଖାଇ ସାରି ତୋରାଣି ମୁନ୍ଦେ ପିଇଦେଲେ ମନକୁ ଶାନ୍ତି ମିଳିଥାଏ। ଏହାର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାହିଁରେ କ’ଣ? ବିଭିନ୍ନ ହୋଟେଲ‌ ଓ ରେଷ୍ଟୁରାଣ୍ଟ ପକ୍ଷରୁ ‘ଜିରା ପଖାଳ’, ‘ଦହି ପଖାଳ’, ‘ଗରମ ବା ଚାଇଁ ପଖାଳ’ ଓ ‘ବାସି ପଖାଳ’ ପ୍ରସ୍ତୁତ କରାଯାଉଛି। ତା’ସହିତ ସାଧାରେ ରହିଛି ଶାଗଭଜା, ବଡ଼ି ଶାଗ, ବଡ଼ି ଚୁରା, ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ବେସର, ସଜନା ଛୁଇଁ ବେସର ଓ ଦେଶୀ ପିଆଜ ଭଳି ଆଇଟମ୍। ସେହିପରି ଆମିଷରେ ଚିକେନ୍ (ବିଭିନ୍ନ ଡିସ ଯଥା ଚିକେନ ଫ୍ରାଏ, କଶା, କରି, ଆଳୁ ମିକ୍ସଡ ଇତ୍ୟାଦି), ମଟନ‌ କରି ଓ ମଟନ‌‍ କଶା, ଚୁନାମାଛ, ମହୁରାଳି ଫ୍ରାଏ ଓ ଗୋଟା ଚୁନା ମାଛ, ପୋହଳା, ଅଣ୍ଡା ଚପ୍‌ ଓ ଅଣ୍ଡା ଆମ୍‌ଲେଟ୍‍ ରହିଛି। 

Advertisment

ଗତ ୨ ଦିନ ଧରି ପାଗ ଖରାପ ଥିବାରୁ ଆଜି ପଖାଳ ଦିବସ ଟିକେ ଧୀମା ପଡ଼ିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତେବେ ରେସ୍ତୋରାଁ ଓ ହୋଟେଲ ମାଲିକ ଏହାକୁ ନେଇ ସାଲିସ କରି ନାହାନ୍ତି। ପଖାଳ ଦିବସ ପାଳନ ନିମନ୍ତେ ଚାଳିଆ ହୋଟେଲଠୁ ଆରମ୍ଭ କରି ତାରକା ହୋଟେଲରେ ବି ସ୍ୱତନ୍ତ୍ର ଆୟୋଜନ ହୋଇଛି । ଏଥିନିମନ୍ତେ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସୁକତା ଦେଖାଦେଇଛି। ଏଥିପାଇଁ ପଖାଳ ଓଡ଼ିଆଙ୍କର କେବଳ ଖାଦ୍ୟ ନୁହେଁ, ଏକ ଭାବାବେଗ କୁହାଯାଇଥାଏ। 

Pakhala Divas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe