Advertisment

ଆଜି ମହାମାୟାଙ୍କ ମହାନବମୀ; ଶ୍ଳୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ

ଭୁବନେଶ୍ୱର,କଟକ,ବାଲେଶ୍ୱର,ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା।

author-image
Tapaswini Nayak
ଅଦ୍ୟତନ ହୋଇଛି
Maa Durga

Maa Durga

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଜ୍ୟର ପୁରପଲ୍ଲୀ। ଆଜି ମଣ୍ତପଗୁଡ଼ିକରେ ଚାଲିଛି ମାଆଙ୍କ ମହାନବମୀ ପୂଜା। ସେହିପରି ଶକ୍ତିପୀଠରେ ଜଗତ ଜନନୀଙ୍କର ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ଦଶମୀ ପୂଜା। ମଣ୍ଡପଗୁଡ଼ିକରେ ଗତକାଲି ସନ୍ଧିପୂଜା ପରେ ଆଜି ମହମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ମା'ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି ।

Advertisment

ଆଜି ସକାଳୁ ମା'ଙ୍କ ମହାନବମୀ ପୂଜା ପାଇଁ ଶ୍ଳୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ। ଅନ୍ୟପକ୍ଷରେ ମନ ଜିଣୁଛି ଚିତ୍ତାକର୍ଷକ ତୋରଣ। ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା'ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ। ଏହାସହ ସିନ୍ଦୁର ଖେଳ ଓ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ।

Durga pujaକଟକର ଚାନ୍ଦି ମେଢ଼

ଆଜି ନବରାତ୍ରର ଶେଷ ଦିନ। ଆଜିର ଦିନରେ ମହିଷାସୁରକୁ ବଦ୍ଧ କରିଥିଲେ ମା'ଦୁର୍ଗା। କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବା ପାଇଁ ମିଳୁଛି ଯେ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ତୋରଣ। କଟକ ସହରର ସୁନା-ଚାନ୍ଦିରେ ଝଟକୁଛନ୍ତି ମାଆ ଜଗତ ଜନନୀ। ସେହିପରି ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ , ଅଧର୍ମ ଉପରେ ହେବ ଧର୍ମର ବିଜୟ । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା'ଦୁର୍ଗା।

Advertisment

 ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର,ବ୍ରହ୍ମପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ।

Durga Puja Maha Navami