Advertisment

ରାଖୀ ପୂର୍ଣ୍ଣିମା: ଜାଣନ୍ତୁ ପ୍ରଥା-ପରମ୍ପରା-ପୁରାଣ

ସୂତା ଖିଅଟିରେ ତିଆରି ହୋଇଥିବା ଏହି ରାଖୀରେ ଭରି ରହିଛି ସ୍ନେହ, ସରାଗ, ଆବେଗ ଆଉ କର୍ତ୍ତବ୍ୟ ନିଷ୍ଠା। ଏହି କର୍ତ୍ତବ୍ୟ ନିଷ୍ଠା ସେଦିନ କୁରୁସଭାରେ ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲା।

ଅଦ୍ୟତନ ହୋଇଛି
Representational Pic For Rakshya vandhan

Representational Pic For Rakshya vandhan

Advertisment

ଆଜି ହିନ୍ଦୁ ସଂସ୍କୃତିର ଆଉ ଏକ ମହତ୍ୱପୂର୍ଣ୍ଣ ପର୍ବ ରକ୍ଷା ବନ୍ଧନ। ଏହାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଭାଇ-ଭଉଣୀଙ୍କ ସମ୍ପର୍କରେ ନିବିଡ଼ତା ଭରେ ଏହି ପର୍ବ। ଏହି ଦିନ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଉଜ୍ୱ୍ୱଳ ଭବିଷ୍ୟତର କାମନା କରେ। ବଦଳରେ ଭାଇ ମଧ୍ୟ ଭଉଣୀର ରକ୍ଷା କବଚ ସାଜିବ ବୋଲି ସଂକଳ୍ପ ନେଇଥାଏ। ସୂତା ଖିଅଟିରେ ତିଆରି ହୋଇଥିବା ଏହି ରାଖୀରେ ଭରି ରହିଛି ସ୍ନେହ, ସରାଗ, ଆବେଗ ଆଉ କର୍ତ୍ତବ୍ୟ ନିଷ୍ଠା। ଏହି କର୍ତ୍ତବ୍ୟ ନିଷ୍ଠା ସେଦିନ କୁରୁସଭାରେ ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।

Advertisment

ପୁରାଣ ଓ କିମ୍ବଦନ୍ତୀ

ଏକଦା ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ସଖା ଶ୍ରୀକୃଷ୍ଣଙ୍କର ହାତ କଟିଯାଏ ତ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ନିଜ ଶାଢୀ କାନିକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦିଅନ୍ତି। ଆଉ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ସେଦିନ ଦ୍ରୌପଦୀଙ୍କ ମଧ୍ୟରେ ଭଉଣୀର ସରାଗ ପାଇଥିଲେ କୃଷ୍ଣ। ଆଉ ଦିନେନା ଦିନେ ତାଙ୍କର ଏହି ଉପକାରର ପ୍ରାପ୍ୟ ଦେବେ ଏବଂ ଭଉଣୀର ମାନ ରକ୍ଷା କରିବେ ବୋଲି ସଂକଳ୍ପ କରିଥିଲେ। ସତକୁ ସତ କୁରୁସଭାରେ ପଞ୍ଚୁ ପାଣ୍ଡବ ପଶା ଖେଳରେ ହାରିବା ପରେ ସର୍ତ୍ତ ଅନୁସାରେ ଯେତେବେଳେ ଦୁଃଶାସନ ଦୌପ୍ରଦୀଙ୍କ ବସ୍ତ୍ର ଉତାରିବାକୁ ଚେଷ୍ଟା କରିଥିଲା ସେତେବେଳ ପ୍ରଭୁ ଶ୍ରୀକୃଷ୍ଣ ଶୂନ୍ୟରୁ ଦ୍ରୋପଦୀଙ୍କୁ କୋଟି କୋଟି ବସ୍ତ୍ର ଦେଇ ମାନ ରକ୍ଷା କରିଥିଲେ।

ସେହିପରି ମା’ ଲକ୍ଷ୍ମୀଙ୍କର ଭାଇ ହୋଇଥିଲେ ବଳି ରାଜା। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କ ଉପରେ ବିପଦ ଥିବା ଜାଣି ଭଗବାନ ବୈକୁଣ୍ଠ ଛାଡ଼ି ବଳିଙ୍କ ରାଜପ୍ରସାଦରେ ରହିବାକୁ ଲାଗିଲେ। ମାତ୍ର ଲକ୍ଷ୍ମୀ ସାଆନ୍ତାଣି ଏହା ଚାହୁଁନଥିଲେ। ତେଣୁ ସେ ମର୍ତ୍ତ୍ୟକୁ ବ୍ରାହ୍ମଣୀ ବେଶରେ ଆସି ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାଜା ବଳିଙ୍କ ହାତରେ ରାଖୀ ବାନ୍ଧି ଭାଇ କରିଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କଣ ଚାହୁଁଛନ୍ତି ଜାଣିବା ପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ।  

Advertisment

କେବେ ପାଳନ ହୁଏ ରାଖୀ ପୂର୍ଣ୍ଣିମା
ଶ୍ରାବଣ ମାସ ପୂର୍ଣ୍ଣମୀକୁ ରାଖୀ ପୂର୍ଣ୍ଣିମା କୁହଯାଏ। ବ୍ରାହ୍ମଣ ଶାସନରେ ରାଖୀ ପୂର୍ଣ୍ଣିମାକୁ ଶ୍ରାବଣୀ ବେଦ ଉପାକର୍ମ ମଧ୍ୟ କୁହାଯାଏ। ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି। ଏହାକୁ ବ୍ରହ୍ମଯଜ୍ଞ ବୋଲି ମଧ୍ୟ କୁହାଯାଏ।

ଆଉ କେଉଁ ସବୁ ପର୍ବ ପାଳନ ହୁଏ
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ମଧ୍ୟ ପାଳନ କରାଯାଏ। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଗାଈଙ୍କୁ ଗାଧୋଇ ତାଙ୍କ ଶିଙ୍ଗରେ ରାଖୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। 

Rakhi Purnnima Rakhi Purnnima Ritual Mythological Concept Of Rakshya Vandhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe