Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯିବ ଓ ରକ୍ଷାବନ୍ଧନ ମଧ୍ୟ ହେବ ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
Rakhi purnima

Rakhi purnima

Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ରାକ୍ଷୀପୂର୍ଣ୍ଣିମାକୁ ନେଇ ଆଜି ସବୁଠି ଉତ୍ସାହ ଥିବା ବେଳେ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଜି ବିଷ୍ଟି ଯୋଗ ଥିବାରୁ ରାକ୍ଷୀ ବାନ୍ଧିବା ଉଚିତ କି ଅନୁଚିତ୍ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

Advertisment

କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ବୋଲି ଲେଖା ଥିବା ବେଳେ ବିଷ୍ଟି ଯୋଗ ରହୁଥିବାରୁ ମାଙ୍ଗଳିକ କାର୍ଯ୍ୟ ଅନୁଚିତ ବୋଲି କିଛି ଜ୍ୟୋତିର୍ବିଦ୍ ମତପ୍ରକାଶ କରିଛନ୍ତି।

ଜ୍ୟୋତିର୍ବିଦ ନରେଶ ଦାଶଙ୍କ କହିବା ଅନୁସାରେ ,୩୦ ତାରିଖରେ ରକ୍ଷା ବନ୍ଧାନ କରିବା ପାଇଁ କେତେକ ପଞ୍ଜିକାରେ ଉଲ୍ଲେଖ ରହିଛି। ବାସ୍ତବରେ ଦେଖିବାକୁ ଗଲେ ବୁଧବାର ଦିନ ୧୧.୨୨ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ତିଥି ରହୁଛି। ଦିନ ୧୧.୨୨ ମିନିଟ୍‌ ପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଏହି ପୂର୍ଣ୍ଣିମା ତିଥି ତା’ପରଦିନ ଅର୍ଥାତ ୩୧ ତାରିଖ(ଗୁରୁବାର) ସକାଳ ୭.୩୦ ମିନିଟ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ ଶ୍ରୀମନ୍ଦିରରେ ଏହି ରକ୍ଷା ବନ୍ଧନ ଉତ୍ସବ ୩୧ ତାରିଖରେ ପାଳନ କରାଯିବ। ଆଉ ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ର ଓ ସାନଭାଇ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଯେହେତୁ ପୂର୍ଣ୍ଣିମା ତିଥିରେ ଠାକୁରଙ୍କ ପାଖରେ ରାକ୍ଷୀ ଉତ୍ସବ ହେଉଛି, ତେଣୁ ସେହି ଦିନ ରକ୍ଷୀ ବାନ୍ଧିଲେ କିଛି ଅସୁବିଧା ନାହିଁ। ଏହାଛଡ଼ା ବୁଧବାର ସକାଳ ୧୧.୨୨ ମିନିଟ୍‌ଠାରୁ ଗୁରୁବାର ସକାଳ ସାଢ଼େ ୭ଟା ମଧ୍ୟରେ ରକ୍ଷା ବନ୍ଧନ ହୋଇପାରିବ ବୋଲି ସଂସ୍କୃତି ଗବେଷକ କହିଛନ୍ତି।

Advertisment

ସେପଟେ ଭଦ୍ରାକାଳ ଯୋଗ ନେଇ ଚର୍ଚ୍ଚା ସମ୍ପର୍କରେ ସଂସ୍କୃତି ଗବେଷକ କହିଛନ୍ତି, ପାଞ୍ଜିରେ ଲେଖାଯାଇଛି ୩୦ ତାରିଖ ରାତି ୧୦.୪୮ ମିନିଟ୍‌ ପର୍ଯ୍ୟନ୍ତ ଅତିଗଣ୍ଡ ଯୋଗ ରହିଛି। ତେଣୁ ଭଦ୍ରାକାଳ ଯୋଗ ନାହିଁ।

Rakhi Purnima 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe