Advertisment

ଆଜି ଶୁଳିଆ ଯାତ୍ରା, ରକ୍ତରଞ୍ଜିତ ହେବ ପୀଠ

ଗତକାଲି ଅର୍ଦ୍ଧରାତ୍ରିରେ ନିଶି ପୂଜା ସରିଛି। ଆଉ କିଛି ସମୟ ପରେ ରକ୍ତରଂଜିତ ହେବ ଶୁଳିଆ ପୀଠ।

author-image
Niharika Rout
ଅଦ୍ୟତନ ହୋଇଛି
Sulia Yatra

Sulia Yatra

ଆଜି ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର। ଆଜି ଆୟୋଜିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର ଜିଲ୍ଲାର ବଣଜଙ୍ଗଲ ଘେରା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ।

Advertisment

ଗତକାଲି ଅର୍ଦ୍ଧରାତ୍ରିରେ ନିଶି ପୂଜା ସରିଛି। ଆଉ କିଛି ସମୟ ପରେ ରକ୍ତରଂଜିତ ହେବ ଶୁଳିଆ ପୀଠ। ତେବେ ବଳି ପାଇଁ ସେଭଳି କିଛି କଟକଣା ନ ଥିବାରୁ ଏବର୍ଷ ମଧ୍ୟ ବୋଦା, ମେଣ୍ଢା, କୁକୁଡା ଆଦି ବଳି ଦିଆଯିବ। ଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନ ଖଳା।

ସକାଳୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଯାଇ ଖଳାରେ ପହଞ୍ଚି ସାରିଛନ୍ତି। ତା’ପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ବରୁଆ ଦେହରେ ସବାର ହେଉଛନ୍ତି ଶୁଳିଆ ବୁଢା । କିଛି ସମୟ ପରେ ପାଟବୋକାକୁ ବଳି ଦିଆଯିବ । ଯାତ୍ରା ସ୍ଥଳୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Advertisment

ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ଚଳିତବର୍ଷ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଶୁଳିଆ ମହୋତ୍ସବ ଆୟୋଜିତ ହୋଇପାରିନି। କେବଳ ଯାତ୍ରା ଅନୁଷ୍ଠିତ ହେଉଛି। ଏନେଇ ପୁଲିସ ତରଫରୁ ଗତକାଲି ଉଭୟ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏହାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Bolangir