Advertisment

ମହିଳା ସମାନତା ଦିବସ

ଏହି ଦିବସ ପାଳନର ମୂଳ କେବେଠୁ ଆରମ୍ଭ ଏବଂ ଏହା ସମାଜିକ ପରିବର୍ତ୍ତନ କ୍ଷେତ୍ରରେ କିପରି ପ୍ରଭାବ ପକାଏ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Women’s Equality Day

Women’s Equality Day

Advertisment

ନାରୀ ସ୍ରଷ୍ଟାଙ୍କର ଏକ ଚମତ୍କାର ସୃଷ୍ଟି। ନାରୀ ବିନା ସୃଷ୍ଟି ସଂରଚନା ଅସମ୍ଭବ। ସେଥିପାଇଁ କୁହାଯାଏ "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି", ଅର୍ଥାତ୍ ମାଆ ଓ ମାତୃଭୂମି ସ୍ଵର୍ଗଠାରୁ ବଡ଼। ହେଲେ ପୂଜାସ୍ପଦ ଏହି ନାରୀ ଜାତି ହୁଏ ଅବହେଳିତ ଆଉ ନିଷ୍ପେସିତ। ପୁରୁଷକୈନ୍ଦ୍ରିକ ସମାଜରେ ତା ଅଧିକାର ହୋଇଯାଏ ସଙ୍କୁଚିତ। ତେଣୁ ନାରୀକୁ ତା ଅଧିକାର ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ମହିଳା ସମାନତା ଦିବସ ପାଳନ କରାଯାଏ। 

Advertisment

ଏହି ଦିବସ ପାଳନର ମୂଳ କେବେଠୁ ଆରମ୍ଭ ଏବଂ ଏହା ସମାଜିକ ପରିବର୍ତ୍ତନ କ୍ଷେତ୍ରରେ କିପରି ପ୍ରଭାବ ପକାଏ, ଜାଣନ୍ତୁ...

ମହିଳା ସମାନତା ଦିବସର ଇତିହାସ  
ଦିନ ଥିଲା ମହିଳାମାନେ ଶିକ୍ଷାଠୁ ନେଇ ଭୋଟ୍ ଦେବା, ପୈତୃକ ସମ୍ପତ୍ତିରୁ ଅଧିକାର ପାଇବା ଆଦିରୁ ବଞ୍ଚିତ ହେଉଥିଲେ। 1853 ମସିହାରେ ଆମେରିକାରେ ମହିଳା ଅଧିକାର ପାଇଁ ଆରମ୍ଭ ହୋଇଥିଲା ସଂଗ୍ରାମ। ଏଠାରେ ମହିଳାମାନେ ବିବାହ ପରେ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାପରେ ସେମାନଙ୍କୁ ନିଜର ହକ୍ ମିଳିଥିଲା।

Advertisment

ସେହିପରି 1890 ମସିହାରେ ଆମେରିକାରେ ନ୍ୟାସନାଲ ଆମେରିକାନ ୱମେନ ସଫରେଜ୍ ଆସୋସିଏସନ୍ ଗଠନ କରାଯାଇଥିଲା। ଏହି ସଂଗଠନ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ଦାବି କରିଥିଲା। ଦୀର୍ଘ ବର୍ଷର ସଙ୍ଘର୍ଷ ପରେ 1920 ମସିହାରେ, ମହିଳାମାନେ ଆମେରିକାରେ ଭୋଟ୍ ଦେବାର ଅଧିକାର ପାଇଥିଲେ।

ଏହା ପରେ, 1971ରେ ଆମେରିକା ସଂସଦ ପ୍ରତିବର୍ଷ ଅଗଷ୍ଟ 26କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ଆମେରିକା ପ୍ରଥମେ ଏହି ଦିବସ ପାଳନ କରିବା ପରେ ସମଗ୍ର ବିଶ୍ୱରେ ମହିଳା ସମାନତା ଦିବସ ପାଳନ ଆରମ୍ଭ ହୋଇଥିଲା। 

ସେବେଠାରୁ ସମଗ୍ର ବିଶ୍ୱରେ ମହିଳା ସମାନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆଲୋଚନା ଏବଂ ସେମିନାର ଆୟୋଜନ କରାଯାଏ। ଏହା ଜରିଆରେ ମହିଳା ସମାନତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ। ଏପରିକି ମହିଳାମାନଙ୍କୁ ମଧ୍ୟ ସେମାନଙ୍କ ଅଧିକାର ବାବଦରେ ଅବଗତ କରାଯାଏ। 

Women's Equality Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe