Advertisment

ବିଶ୍ୱ ଅଣ୍ଡା ଦିବସ: ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ନିୟମିତ ଖାଆନ୍ତୁ ଅଣ୍ଡା

ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

'ସନ୍ ଡେ' ହୋ ୟା ମନ ଡେ', ରୋଜ୍ ଖାଓ ଅଣ୍ଡେ', ଅର୍ଥାତ୍ ରବିବାର ହେଉ କି ସୋମବାର ସବୁଦିନ ଅଣ୍ଡା ଖାଆନ୍ତୁ। ଏପରି ଉକ୍ତି କେବଳ କଥାକୁ କୁହାଯାଏ ନାହିଁ, ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଏହାର ଯଥାର୍ଥତା ମଧ୍ୟ ରହିଛି। କାରଣ ଅଣ୍ଡା ଏପରି ଏକ ପ୍ରୋଟିନ ଜାତୀୟ ଖାଦ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ତେଣୁ ଖାଦ୍ୟରେ ଅଣ୍ଡାକୁ ଯୋଗ କରାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି।

Advertisment

ଏପରି ଏକ ଦିବସ ପାଳନର କଣ ଗୁରୁତ୍ୱ ରହିଛି, ଜାଣନ୍ତୁ...

ବିଶ୍ୱ ଅଣ୍ଡା ଦିବସର ଇତିହାସ
1996 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଇଥିଲା। ଭିଏନାରେ ଏକ ସମ୍ମିଳନୀରେ ଇଣ୍ଟରନ୍ୟାସନାଲ ଏଗ୍ କମିଶନ (IEC) ଅନ୍ତର୍ଜାତୀୟ ଅଣ୍ଡା ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସରେ ସ୍ୱାସ୍ଥ୍ୟ ପ୍ରତି ଅଣ୍ଡାର ଉପକାରିତା ବାବଦରେ ଅବଗତ କରାଇବା ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। 

ଅଣ୍ଡାର ଗୁରୁତ୍ୱ
ଅଣ୍ଡାକୁ ପୁଷ୍ଟିକର ଭଣ୍ଡାର ବୋଲି କୁହାଯାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍-ଏ, ଆମିନୋ ଏସିଡ୍ ଏବଂ ଉପକାରୀ ଫ୍ୟାଟ୍ ଭରପୂର ଥାଏ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସହିତ ଅନ୍ୟ କୌଣସି ଖାଦ୍ୟର ତୁଳନା ନାହିଁ। ଯେଉଁମାନେ ଫିଟ୍ ରହିବାକୁ କିମ୍ବା ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଣ୍ଡା ଏକ ଯାଦୁକରୀ ଖାଦ୍ୟ। ଅଣ୍ଡାର ଧଳା ରଙ୍ଗରେ ଉଚ୍ଚମାନର ପ୍ରୋଟିନ୍ ମିଳିଥାଏ ଏବଂ କେଶରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁସ୍ଥ ଚର୍ବି, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଅଣ୍ଡାରେ ଥିବା ଏହି ଗୁଣ ଦୈନନ୍ଦିନ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରେ। 

Advertisment

ଏଗ୍ ଡେ ଥିମ୍
ପ୍ରତିବର୍ଷ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ଅଣ୍ଡା(Eggs for a Healthy Future) ରଖାଯାଇଛି।

ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପୁଷ୍ଟିହୀନତା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ପାଇଁ ଅଣ୍ଡା ଖାଇବା ଉପକାରୀ ହୋଇପାରେ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଏ। ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା।

ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଅଣ୍ଡା ଖାଇବା ଜରୁରୀ। ଡାକ୍ତରଙ୍କ କହିବାନୁସାରେ, ପିଲାମାନଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ। ପ୍ରୋଟିନ୍ ସହିତ ଭିଟାମିନ୍, ଆମିନୋ ଏସିଡ୍ ଏବଂ ଲବଣ ଅଣ୍ଡାରେ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖେ।

Health Tips Special Day World Egg Day Egg For Health