Advertisment

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ

ସୋମବାର ଭୋରରୁ ମହୋଦଧିରେ ଡଙ୍ଗା ଭସାଣ ହେବ। ଏଥିସହ ରାଇ-ଦାମୋଦର ବ୍ରତର ସାମାପନ ହେବ। ରତ୍ନବେଦୀରେ ମହାପ୍ରଭୁଙ୍କର ହେବ ରାଜରାଜେଶ୍ୱର (ସୁନାବେଶ)। ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜୀଉ।

Puri

Puri

Advertisment

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜୀଉଙ୍କ ଏହି ବେଶ ଦର୍ଶନ ଓ ମହୋଦଧିରେ ଡଙ୍ଗା ଭସାଣ ପାଇଁ ଏବେଠାରୁ ଜମିଲାଣି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଭିଡକୁ ଦୃଷ୍ଟିରେ ରଖି ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସୋମବାର ଭୋରରୁ ମହୋଦଧିରେ ଡଙ୍ଗା ଭସାଣ ହେବ। ଏଥିସହ ରାଇ-ଦାମୋଦର ବ୍ରତର ସାମାପନ ହେବ। ରତ୍ନବେଦୀରେ ମହାପ୍ରଭୁଙ୍କର ହେବ ରାଜରାଜେଶ୍ୱର (ସୁନାବେଶ)। ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜୀଉ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶ କରାଯିବ। ସେପଟେ ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜୀଉ ଲକ୍ଷ୍ମୀ-ନୃସିଂହ ବା ଆଡ଼କିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି। ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ। ସାତପାହାଚ, ଜୟ-ବିଜୟ ଦ୍ୱାରରେ ଭକ୍ତମାନେ ଅସମ୍ଭବ ଠେଲାପେଲାର ଶିକାର ହେଉଛନ୍ତି। ଏମିତିକି କିଏ କାଳିଆକୁ ଦେଖି ପାରୁଛି ତ ପୁଣି କିଏ ନାଇଁ। ଅନେକ ଭକ୍ତ କ୍ଷୋଭରେ ଶ୍ରୀମନ୍ଦିର ଫିଡବ୍ୟାକ ସେଣ୍ଟରକୁ ଆସି ଅଭିଯୋଗ ମଧ୍ୟ କରୁଛନ୍ତି। ତେଣେ କାର୍ତ୍ତିକ ପୂର୍ଣ୍ଣମୀରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଅଧିକ ଯତ୍ନବାନ ହୋଇଛି ଶ୍ରୀମନ୍ଦିର ପ୍ରଶାସନ।

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଆଜି ରାତି ସାରା ମନ୍ଦିର ଖୋଲା ରହିବ। ପ୍ରତୀକାତ୍ମକ ରାତ୍ର ପହୁଡ଼ କରାଯାଇ ନୀତି ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା ହୋଇଛି। ନିଜେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡର ରହି ଏହାର ତଦାରଖ କରିବେ। ସେପଟେ ଭକ୍ତଙ୍କ ସୁଅକୁ ଦେଖି ଅଧିକ ସଜାଗ ହୋଇଛି ପୁରୀ ପୁଲିସ୍। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିଛନ୍ତି। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ବେଳାଭୂମିରେ ମଧ୍ୟ ପୁଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ ବୋଲି ପୁରୀ ଏସ୍‌ପି କନୱର ବିଶାଲି ସିଂ କହିଛନ୍ତି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe