Advertisment

କାଲି ମହାଶିବରାତ୍ରି; ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଜାଗର ଦିନ ରାତି ୧୦ରେ ଯେମିତି ମହାଦୀପ ଉଠିବ ସେଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Lingaraj temple

Lingaraj temple

ଆସନ୍ତାକାଲି ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ଗତକାଲି ଏକ ବୈଠକରେ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି।

Advertisment

ଜାଗର ଦିନ ରାତି ୧୦ରେ ଯେମିତି ମହାଦୀପ ଉଠିବ ସେଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଜାଗରରେଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁସାହାଣମେଲା ଦର୍ଶନ। ଦିନ ୧୨ଟାରୁ ୧୨ଟା ୪୫ ଯାଏଁ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ।
ଅପରାହ୍ଣ ୧୨ଟା ୪୫ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ସକାଳ ଧୂପ ହେବ। ଦିନ ୨ଟା ୪୫ରୁ ୩ଟା ୪୫ ଭୋଗ ମଣ୍ଡପ, ସଂଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେସଂଧ୍ୟା ଆଳତୀ, ୭ଟା ୩୦ରୁ ୮ଟା ୧୦ ଶ୍ରୀଜିଉଙ୍କ ମାଜଣା, ରାତି ୮ଟା ୧୦ରୁ ୮ଟା ୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତି ୧୦ଟା ଶ୍ରୀଜିଉଙ୍କ ସଂଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହେବ।  

ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଏକାମ୍ର ପ୍ରକାଶନି ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ହେବ। ଅନୁରାଧା ପୋଡ଼ୁଆଲଙ୍କ ସମେତ ବଲିଉଡର ଗାୟକମାନେ ଆସି ଏଠି ଭଜନ ପରିବେଷଣ କରିବେ।

Advertisment

ସଭାପତି ବ୍ରାହ୍ମଣ ନିଯୋଗ ବିରଞ୍ଚି ନାରାୟଣ ପତି କହିଛନ୍ତି, ସମସ୍ତଙ୍କ ସହଯୋଗରେ ମହାଦୀପ ଠିକ୍ ସମୟରେ ଉଠିବ। ଏଥିପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

Bhubaneswar Lingaraj Temple