ଆସନ୍ତାକାଲି ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ଗତକାଲି ଏକ ବୈଠକରେ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି।
ଜାଗର ଦିନ ରାତି ୧୦ରେ ଯେମିତି ମହାଦୀପ ଉଠିବ ସେଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଜାଗରରେଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁସାହାଣମେଲା ଦର୍ଶନ। ଦିନ ୧୨ଟାରୁ ୧୨ଟା ୪୫ ଯାଏଁ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ।
ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଏକାମ୍ର ପ୍ରକାଶନି ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ହେବ। ଅନୁରାଧା ପୋଡ଼ୁଆଲଙ୍କ ସମେତ ବଲିଉଡର ଗାୟକମାନେ ଆସି ଏଠି ଭଜନ ପରିବେଷଣ କରିବେ।
ସଭାପତି ବ୍ରାହ୍ମଣ ନିଯୋଗ ବିରଞ୍ଚି ନାରାୟଣ ପତି କହିଛନ୍ତି, ସମସ୍ତଙ୍କ ସହଯୋଗରେ ମହାଦୀପ ଠିକ୍ ସମୟରେ ଉଠିବ। ଏଥିପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।