Advertisment

ପ୍ରତୀକ୍ଷାର ଅନ୍ତ, ରାତି ପାହିଲେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ହୋମଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଆଜି ଯଜ୍ଞର ଦ୍ୱିତୀୟ ଦିନରେ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି।

Puri

Puri

Advertisment

ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ର ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଂପନ୍ନ ହେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି।

Advertisment

ହୋମଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଆଜି ଯଜ୍ଞର ଦ୍ୱିତୀୟ ଦିନରେ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। କାଲି ଭଳି ଆଜି ମଧ୍ୟ ଚାରି ଦ୍ୱାରରେ ଚାଲିଛି ବେଦ ପାଠ। ସେପଟେ ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆଇଜି ଦର୍ଶନରୁ ସୁରକ୍ଷା ଯାଏଁ ସବୁକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ତେଣେ ସୁରକ୍ଷା ବ୍ଲାଙ୍କେଟରେ ରହିଛି ସାରା ପୁରୀ ସହର। ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସବୁଠି ସରିଛି ପରୀକ୍ଷାମୂଳକ ଯାତାୟାତ।

ଗୋଟିଏ ପଟେ ଶ୍ରୀମନ୍ଦିର ବାହ୍ୟ ପରିବର୍ତ୍ତନକୁ ଦେଖି ଭକ୍ତ ଓ ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରୁଛନ୍ତି ସତ, ହେଲେ ଶ୍ରୀମନ୍ଦିର ସେବାପୂଜା ସହ ଗଭୀର ସଂପର୍କ ରଖୁଥିବା ଐତିହ୍ୟ ସମ୍ପନ୍ନ ମଠ ମନ୍ଦିରକୁ ଯେଉଁଭଳି ଧୂଳିସାତ କରାଗଲା, ପ୍ରତିଶ୍ରୁତି ମୁତାବକ ତାର ପୁନରୁଦ୍ଧାର କରାଯାଇନଥିବାରୁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏମଆର ମଠର ପୁନରୁଦ୍ଧାର ସହ ରଘୁନନ୍ଦନ ଲାଇବ୍ରେରୀ କୁଆଡ଼େ ଗଲା ବୋଲି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ତାସହ ପରିକ୍ରମା ପ୍ରକଳ୍ପ ଭିତରେ ଥିବା କିଛି ମଠର କେବଳ ବାହ୍ୟ ପାର୍ଶ୍ୱକୁ ଯେଉଁଭଳି ଉପରଠାଉରିଆ ସୌନ୍ଦର୍ଯ୍ୟକରଣ କରାଯାଇଛି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୋଦ ମହନ୍ତ। ସେପଟେ ମହାଯଜ୍ଞ ଦର୍ଶନ ପାଇଁ ଭକ୍ତ, ସାଧୁସନ୍ଥଙ୍କୁ ବାରଣ କରାଯାଉଥିବାରୁ ବଢିଛି କ୍ଷୋଭ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe