Advertisment

ଜନ୍ମାଷ୍ଟମୀ ପାଇଁ ଚତୁଃର୍ଦିଗ କୃଷ୍ଣମୟ; ଜାଣନ୍ତୁ, ଦହିହାଣ୍ଡି ଉତ୍ସବର ଜନ୍ମ

ସବୁବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି ।

Janmastami

Janmastami

Advertisment

ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୁଏ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ କୃଷ୍ଣ ଦେବକୀ ଓ ବସୁଦେବଙ୍କ ଅଷ୍ଠମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମଗ୍ରହଣ କରିଥିଲେ। ସାଧାରଣତଃ କୃଷ୍ଣଙ୍କ ପୂଜା ନିମନ୍ତେ ଅଷ୍ଟମୀ ତିଥିକୁ ଖୁବ୍‌ ଗୁରୁତ୍ୱ ଦିଆଯାଏ। କାରଣ ଏହି ତିଥିରେ ପୂଜା କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ସହ ଧନସମ୍ପତ୍ତିରେ ଅଭିବୃଦ୍ଧି ହୋଇଥାଏ।

Advertisment

ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ପୁରପଲ୍ଲୀ ହୋଇଛି କୃଷ୍ଣମୟ ।  ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିର ନବବଧୂ ପରି ସଜେଇ ହୋଇଛି। ସବୁବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି ।

ବିଶେଷକରି ହିନ୍ଦୁମାନେ ନିଜ ଘରେ ବାଲ୍‌ଗୋପାଲଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ, କ୍ଷୀର, ମହୁ ଏବଂ ଜଳରେ ଅଭିଷେକ କରାଇଥାନ୍ତି। କେତେକ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଟୁଆର ବାହାରିଥାଏ। ଏହି ଉତ୍ସବକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହିହାଣ୍ଡି ଭଙ୍ଗା ଉତ୍ସବର ଆୟୋଜନ କରାଯାଇଥାଏ।

Advertisment

ଏହି ଦହିହାଣ୍ଡି ବା ମଟ୍‌କା ଭଙ୍ଗାର ଦୃଶ୍ୟ ଅନେକ ହିନ୍ଦୀ ଫିଲ୍ମରେ ରହିଛି। ବିଶେଷ କରି ପୁରୁଷମାନେ କାନ୍ଧକୁ କାନ୍ଧ ଛନ୍ଦି ପିରାମିଡ଼ ଶୈଳୀରେ ଏକାଠି ହୋଇଥାନ୍ତି। ପରେ ୨୦-୩୦ ଫୁଟ୍‌ ଉପରେ ଝୁଲୁଥିବା ଦହିହାଣ୍ଡିକୁ ଶୀର୍ଷରେ ଥିବା ବ୍ୟକ୍ତି ଜଣକ ଭାଙ୍ଗିଥାନ୍ତି। ନାଚ, ଗୀତ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ। ଏହି ଉତ୍ସବକୁ ଦର୍ଶକମାନେ ଅତି ଉତ୍ସାହର ସହ ଉପଭୋଗ କରିଥାନ୍ତି।

 ଲହୁଣୀ ଚୋର ଶ୍ରୀକୃଷ୍ଣ

ପିଲାବେଳେ ଶ୍ରୀକୃଷ୍ଣ ଭାରି ଚଗଲା ଥିଲେ। ଦୁଷ୍ଟାମୀ ପାଇଁ ପୂରା ଗାଁରେ ସେ ଚର୍ଚ୍ଚିତ ଥିଲେ। ଶ୍ରୀକୃଷ୍ଣଙ୍କର ଲହୁଣୀ, ଦହି ଏବଂ କ୍ଷୀର ଭାରି ପସନ୍ଦ ଥିଲା। ହେଲେ ସବଠୁ ବେଶୀ ପ୍ରିୟ ଥିଲା ଲହୁଣୀ। ସେଥିପାଇଁ ସେ ପଡ଼ୋଶୀ ଘରୁ ଲହୁଣୀ ଚୋରି କରି ଖାଇ ଯାଉଥିଲେ। ପୁଅ ନାଁରେ ଏନେଇ ଅଭିଯୋଗ ବଢ଼ିବାରୁ ମା’ ଯଶୋଦାଙ୍କୁ ଚିନ୍ତା ଘାରିଲା। ଦିନେ ପୁଅକୁ ପାନେ ଦେବା ପାଇଁ ଯଶୋଦା କୃଷ୍ଣଙ୍କୁ ଏକ ଖମ୍ବରେ ବାନ୍ଧି ଦେଲେ। ଏହି କାରଣରୁ ଶ୍ରୀକୃଷ୍ଣ ଲହୁଣୀ ଚୋର ନାମରେ ପରିଚୟ ପାଇଲେ ।

କାହିଁକି ପାଳନ କରାଯାଏ ଦହିହାଣ୍ଡି ଭଙ୍ଗା ଉତ୍ସବ

କୃଷ୍ଣଙ୍କ ନଟଖଟ ସ୍ୱଭାବ ସାରା ବୃନ୍ଦାବନବାସୀଙ୍କ ନିଦ ହଜେଇ ଦେଇଥିଲା। ତେଣୁ ଏହାର ମୁକାବିଲା ପାଇଁ ବୃନ୍ଦାବନର ମହିଳାମାନେ ଏକାଠି ହୋଇ ଉପାୟ ପାଞ୍ଚିଥିଲେ। ଯୋଜନା ମୁତାବକ, ମହିଳାମାନେ ଏକ ଉଚ୍ଚ ସ୍ଥାନରେ ଲହୁଣୀ ହାଣ୍ଡିକୁ ବାନ୍ଧିଲେ। ଯେମିତି କୃଷ୍ଣଙ୍କ ହାତ ପାଇବ ନାହିଁ। କିନ୍ତୁ ଚତୁର କୃଷ୍ଣଙ୍କ ବୁଦ୍ଧି ପାଖରେ ମହିଳାଙ୍କ ସବୁ ପ୍ରୟାସ ଭଣ୍ଡୁର ହୋଇଯାଇଥିଲା।

ଲହୁଣୀ ଚୋରି କରିବାକୁ କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି, ପିରାମିଡ଼ ଶୈଳୀରେ ଜଣକ ଉପରେ ଜଣେ ଠିଆ ହୋଇ, ହାଣ୍ଡିକୁ ଭାଙ୍ଗି ଲହୁଣି ଖାଉଥିଲେ। ଏହି ପୌରାଣିକ କାହାଣୀରୁ ହିଁ ଦହିହାଣ୍ଡି ଉତ୍ସବର ଜନ୍ମ। ଯାହା ଏକ ପରମ୍ପରାରେ ପରିଣତ ହୋଇଛି। ଜନ୍ମାଷ୍ଟମୀ ଆସିଲେ ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯାଇଥାଏ।

Janmastami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe