Advertisment

ଚଳଚଞ୍ଚଳ ହୋଇଛି ରଥଖଳା

ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି

author-image
Biswajit Samal
Ratha

Ratha

ଚଳଚଞ୍ଚଳ ହୋଇଛି ରଥଖଳା। ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ କାର୍ଯ୍ୟ। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା। ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିଛନ୍ତି।

Advertisment

ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ବାର୍ଷିରେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ। ଗୁଜ ଜଳଯନ୍ତ୍ର ଓ ଗୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଛନ୍ତି।

ରୂପକାର ସେବକ ମାନେ ନୃସିଂହ ଚତୁର୍ଦ୍ଦଶୀ ତିଥିରେ କଣ ଗୂଜ ଅନୁକୂଳ ହେବା ପରେ ସିଂହ ବିରାଳ, ଗଜ ବିରାଳ ଆଦି ଖୋଦେଇ କରୁଛନ୍ତି। ଏହି ସୌନ୍ଦର୍ଯ୍ୟ କରଣ ସେବାରେ କିଛି କୁନି କୁନି ରୂପକାର ସେବକ ଯୋଗଦେଇ ବାପା ଦାଦାଙ୍କଠାରୁ ତାଲିମ ନେଇ କାର୍ଯ୍ୟ କରୁଛନ୍ତି। କାଳ କାଳ ଧରି ରଥ ସୌନ୍ଦର୍ଯ୍ୟର ଗୁରୁଦାୟିତ୍ୱ ରୂପକାର ସେବକଙ୍କ ଉପରେ ରହିଥାଏ। ତେଣୁ ସେମାନଙ୍କ ଘରର କୁନି କୁନି ପିଲାଙ୍କୁ ଏହି ରୂପକାର୍ଯ୍ୟର ଟ୍ରେନିଂ ଦେଉଛନ୍ତି ଗୁରୁଜନ ମାନେ।

Advertisment
Ratha Yatra Puri Shreemandir