Advertisment

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ରିଟେନ ଦେବ 2 ବିଲିୟନ ଡଲାର

ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ 2 ବିଲିୟନ ଡଲାର ସହାୟତା ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ।

ଅଦ୍ୟତନ ହୋଇଛି
Rishi Sunak & PM Narendra Modi

Rishi Sunak & PM Narendra Modi

Advertisment

ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ବା ସବୁଜ ଜଳବାୟୁ ପାଣ୍ଠିକୁ 2 ବିଲିୟନ ଡଲାର ଅର୍ଥାତ୍ 1 ଲକ୍ଷ 56 ହଜାର 360 କୋଟି ଯୋଗାଇବ ବ୍ରିଟେନ। ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଏହି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା କ୍ଷେତ୍ରରେ ଏହା ବ୍ରିଟେନର ସର୍ବ ବୃହତ୍ତ ପ୍ରତିବଦ୍ଧତା ବୋଲି ଭାରତର ବ୍ରିଟିଶ ହାଇ କମିଶନ କହିଛନ୍ତି।

Advertisment

ଭାରତରେ ଥିବା ବ୍ରିଟିଶ ହାଇ କମିଶନ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ତଥା ଅନୁକୂଳ କରିବାରେ ବିଶ୍ୱର ଦୁର୍ବଳ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆର୍ଥିକ ଅବଦାନ ଘୋଷଣା କରିଛନ୍ତି। ଏହି ଅନୁଦାନ ପୂର୍ବରୁ ବ୍ରିଟେନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁଦାନ ତୁଳନାରେ 12.7 ପ୍ରତିଶତ ଅଧିକା। ବିଶ୍ୱର 194 ଦେଶକୁ ନେଇ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ପ୍ରତିଷ୍ଠା ହୋଇଛି। ଏହା ଏକ ସବୁଜ ଅର୍ଥାତ୍ ଅନୁକୂଳ ଜଳବାୟୁ ଦିଗରେ କାର୍ଯ୍ୟ କରେ। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରେ ପ୍ରଭାବିତ ହେଉଥିବା ଦେଶମାନଙ୍କୁ ଏହି ପାଣ୍ଠି ସହାୟତା ଯୋଗାଇଦିଏ।

ଏହି ଅବସରରେ ଜି-20 ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କାର୍ବନ ନିର୍ଗମନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେଉଥିବା ଦେଶମାନଙ୍କୁ ସହାୟତା କରିବା ପାଇଁ ଏକଜୁଟ ହେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜି -20 ଦେଶରୁ ବିଶ୍ୱ ଏହି ପ୍ରକାରର ନେତୃତ୍ୱ ଆଶା କରୁଛି। ବ୍ରିଟେନ ଏବଂ ବିଶ୍ୱକୁ ଅଧିକ ସମୃଦ୍ଧ ତଥା ନିରାପଦ କରିବାରେ ବର୍ତ୍ତମାନର ସରକାର ଆଗେଇ ଆସିବେ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହୁରି କହିଛନ୍ତି ଯେ, ବ୍ରିଟେନ ଆଗକୁ ବଢୁଛି ଏବଂ ଏହାର ଅର୍ଥନୀତିକୁ ଡିକାର୍ବୋନାଇଜ୍ କରୁଛି। ବିଶ୍ୱର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରୁଛି। ଆଜି ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ବା ଅନ୍ତିମ ଦିନ। ଏହି ଅବସରରେ ପ୍ରଥମେ ଗାନ୍ଧିଜୀଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଜ୍ଞାପନ କରାଯିବା ପରେ ବିଶ୍ୱନେତାଙ୍କୁ ନେଇ ଆଲୋଚା କରାଯାଉଛି। ଆଜି 'ୱାନ୍ ଫ୍ୟୁଚର୍' ଦିଗରେ ଆଲୋଚନା କରିଛନ୍ତି ବିଶ୍ୱନେତା। ଏହି ସମୟରେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ ବ୍ରିଟେନ 2 ବିଲିୟନ ଆମେରିକୀୟ ଡଲାର୍ ଦେବ ବୋଲି ପ୍ରଧାନମନ୍ତ୍ରୀ ସୁନକ ଘୋଷଣା କରିଛନ୍ତି। 

Rishi Sunak Climate Change G-20 Summit Briten Prime Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe