Advertisment

ଆଜି 'ବିଜୟ ଦିବସ': ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

୯୩ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ ସହ ଭାରତ ଉଡାଇଥିଲା ବିଜୟ ବାନା। ସୈନ୍ୟଙ୍କ ଏହି ଅବଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୬କୁ ଭାରତ ପାଳୁଛି 'ବିଜୟ ଦିବସ'।

PM Modi

PM Modi

Advertisment

୧୯୭୧, ଡିସେମ୍ବର ୧୬ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ପାକିସ୍ତାନକୁ ପରାସ୍ତ କରି ଏକ ସ୍ୱତନ୍ତ୍ର ଦେଶ ବାଂଲାଦେଶ ଗଢିବାରେ ସଫଳ ହୋଇଥିଲେ ଭାରତୀୟ ସୈନ୍ୟ। ଆଉ ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ ସହ ଭାରତ ଉଡାଇଥିଲା ବିଜୟ ବାନା। ସୈନ୍ୟଙ୍କ ଏହି ଅବଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୬କୁ ଭାରତ ପାଳୁଛି 'ବିଜୟ ଦିବସ'।

Advertisment

ଆଜିର ଏହି ଗୌରବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନ୍ୟମାନଙ୍କ ସାହସିକତା ଏବଂ ନିଷ୍ଠା ଦେଶର ଗୌରବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବୀର ଯବାନଙ୍କ ଅଦମ୍ୟ ସାହସ ଏବଂ ସେମାନଙ୍କ ବଳିଦାନ ଚିର କାଳ ପାଇଁ ଦେଶବାସୀଙ୍କ ହୃଦୟରେ ଏବଂ ଆମ ଇତିହାସରେ ଲିପିବଦ୍ଧ ହୋଇ ରହିବ। 

Defence Minister Rajnath Singh Tribute To Indian Heroes  ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଏହି ନାୟକଙ୍କ ଅଦମ୍ୟ ସାହସକୁ ସଲାମ୍ କରୁଛି ଏବଂ ସେମାନଙ୍କୁ ମନେ ପକାଉଛି। ଆଜି, 'ବିଜୟ ଦିବସ'ରେ, ଆମେ ୧୯୭୧ରେ ଭାରତକୁ ବିଜୟ ଭେଟି ଦେଇଥିବା ସମସ୍ତ ସାହସୀ ବୀରମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। 

Advertisment

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ 'ବିଜୟ ଦିବସ' ଅବସରରେ ବୀର ଯବାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ସେମାନେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 

1971 War PM Modi India Pakistan War Vijay Diwas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe