Advertisment

ନଭେମ୍ବର ଯାଏଁ ଭାରତ କାନ୍ଧରେ ଜି-20 ଅଧ୍ୟକ୍ଷତା ଦାୟିତ୍ୱ, ଭର୍ଚୁଆଲ ବୈଠକ ପାଇଁ ମୋଦିଙ୍କ ପରାମର୍ଶ

ସରିଲା ଜି-20 ଶିଖର ସମ୍ମିଳନୀ। ନଭେମ୍ବର ପର୍ଯ୍ୟନ୍ତ ଅଧ୍ୟକ୍ଷତା ଦାୟିତ୍ୱ ଥିବାରୁ ଏକ ଭର୍ଚୁଆଲ ବୈଠକ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ କରି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଭାରତ ପାଖରେ ଅଧ୍ୟକ୍ଷତା ଦାୟିତ୍ୱ ଥିବାରୁ ଏକ ଭର୍ଚୁଆଲ୍ ବୈଠକ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତା ନଭେମ୍ବର 30 ପର୍ଯ୍ୟନ୍ତ ଭାରତ କାନ୍ଧରେ ଜି-20 ର ଅଧ୍ୟକ୍ଷତା ଦାୟିତ୍ୱ ରହିଛି। ତେଣୁ ଆସନ୍ତା ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ସମ୍ମିଳନୀର ଅଧ୍ୟକ୍ଷ ଭାବେ ନିଜର ଭୂମିକା ତୁଲାଇବି। ଗତ ଦୁଇ ଦିନ ମଧ୍ୟରେ, ଆପଣ ନିଜର ମତାମତ ଦେଇଛନ୍ତି, ପରାମର୍ଶ ଦିଆଯାଇଛି ଏବଂ ଅନେକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଯେଉଁ ପରାମର୍ଶଗୁଡିକ ଉପସ୍ଥାପିତ ହୋଇଛି ସେସବୁକୁ ତ୍ୱରାନ୍ୱିତ କରିବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନଭେମ୍ବର ଶେଷ ଆଡକୁ ଅନ୍ୟ ଏକ ଅଧିବେଶନ ଆୟୋଜନ କରିବା ପାଇଁ ମୁଁ ରାଷ୍ଟ୍ରମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଉଛି। ସେହି ଅଧିବେଶନରେ, ଆମେ ଏହି ସମ୍ମିଳନୀରେ ସହମତି ପ୍ରକାଶ ପାଇଥିବା ପ୍ରସଙ୍ଗଗୁଡିକ ଉପରେ ସମୀକ୍ଷା କରିପାରିବା। ଆମର ଦଳ ଏହାର ସବିଶେଷ ତଥ୍ୟକୁ ଆଲୋଚନା କରିବେ। ମୁଁ ଆଶା କରୁଛି ଆପଣ ସମସ୍ତେ ଏହି ଅଧିବେଶନରେ ଯୋଗଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe