Advertisment

ସ୍ୱାଧୀନତା ଦିବସରେ ନୂଆ ଯୋଜନା ଘୋଷଣା, ଆରମ୍ଭ ହେବ 'ବିଶ୍ୱକର୍ମା ଯୋଜନା'

77ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ନୂଆ ଯୋଜନା ଭେଟି ଦେଲେ ପ୍ରଧାନମନ୍ତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ଲଗାତାର ଦଶମ ଥର ପାଇଁ ଲାଲକିଲ୍ଲାରୁ ଝଣ୍ଡା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 77ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ଏଥିସହ ଦେଶର ଅଗ୍ରଗତି ପାଇଁ ଦେଲେ ଆହ୍ୱାନ। ଏହି ଅବସରରେ ତାଙ୍କ ବିଜେପି ସରକାର 10 ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜନତାଙ୍କ ନିକଟରେ ପହଞ୍ଚାଇଥିବା ସମସ୍ତ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ପୂର୍ବ ଯୋଜନାର ସଫଳତା ବଖାଣିବା ସହ ଏକ ନୂଆ ଯୋଜନା ଅୟମାରମ୍ଭ ଉପରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ପାରମ୍ପାରିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ 'ବିଶ୍ୱକର୍ମ ଯୋଜନା' ଆସିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ସୁନା କାରିଗର, କମାର, ବାରିକ, ମୋଚୀ ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ 13-15 ହଜାର କୋଟିର ବ୍ୟୟ ଅଟକଳ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଦେଶର ସମ୍ଭାବନା ବଢୁଛି। ଯଦି ଏକ ସରକାର ଗରିବଙ୍କ ପଛରେ ସବୁ ଅର୍ଥ ବିନିଯୋଗ କରେ, ତେବେ ଫଳାଫଳ କଣ ହୁଏ। ମୁଁ ତ୍ରିରଙ୍ଗା ତଳେ 10 ବର୍ଷର ହିସାବ ରଖୁଛି। ମୁଦ୍ରା ଯୋଜନାରେ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ 20 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଆଠ କୋଟି ଲୋକ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ପ୍ରତ୍ୟେକ ବ୍ୟବସାୟ ଜଣେରୁ ଦୁଇ ଜଣ ଲୋକଙ୍କୁ ରୋଜଗାର ଦେଇଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆମେ ଲକ୍ଷ ଲକ୍ଷ କୋଟି ଟଙ୍କା ମୂଲ୍ୟର ଦୁର୍ନୀତିକୁ ବନ୍ଦ କରିଛୁ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିଛୁ। ପୂର୍ବରୁ ରାଜ୍ୟକୁ 30 ଲକ୍ଷ କୋଟି ଟଙ୍କା ପାଣ୍ଠି ପ୍ରଦାନ କରାଯାଉଥିଲା। ଗତ 10 ବର୍ଷ ମଧ୍ୟରେ ଆମେ ଏହାକୁ 100 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛୁ। ଦେଶର ଯୁବ ଶକ୍ତି ଉପରେ ମୋର ବିଶ୍ୱାସ ଅଛି। ଯୁବ ଶକ୍ତିରେ ସମ୍ଭାବନା ଅଛି ଏବଂ ଆମର ନୀତି ମଧ୍ୟ ଯୁବ ଶକ୍ତିକୁ ଅଧିକ ଶକ୍ତି ଦେବା ଦିଗରେ କାମ କରୁଛି। ଆମ ଦେଶର ଯୁବକମାନେ ଭାରତକୁ ବିଶ୍ୱର ପ୍ରଥମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସ୍ଥାନ ଦେଇଛନ୍ତି। ଆଜି ଭାରତର ଏହି ସାମର୍ଥ୍ୟ ଦେଖି ଦୁନିଆର ଯୁବକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

Narendra Modi Independence Day Vishwakarma Yojana New Scheme