Advertisment

ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି- ଆମେ ଲାଷ୍ଟ ମାଇଲ୍‌ ନୁହଁ, ଫାଷ୍ଟ ମାଇଲ୍‌

ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା । ସୀମାବର୍ତ୍ତୀ ଅଞ୍ଚଳକୁ ଅନୁନ୍ନତ କରି ରଖିବା ପୂର୍ବ ସରକାରଙ୍କ କାର୍ଯ୍ୟ ଥିଲା ।

ଅଦ୍ୟତନ ହୋଇଛି
Aasam CM

Aasam CM

Advertisment

‘ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା। ସୀମାବର୍ତ୍ତୀ ଅଞ୍ଚଳକୁ ଅନୁନ୍ନତ କରି ରଖିବା ପୂର୍ବ ସରକାରଙ୍କ କାର୍ଯ୍ୟ ଥିଲା। ଆମ ଶୈଶବ ହିଂସା, ବିକ୍ଷୋଭ ଓ ରକ୍ତପାତ ଦେଖି ଆରମ୍ଭ ହୋଇଥିଲା। ଏବେ ଆସାମ ସହ ନର୍ଥଇଷ୍ଟ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି।’ ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪’ର ପ୍ରଥମ ଅଧିବେଶନରେ ‘Reaching the last mile: Developing the rest of India’ ଶୀର୍ଷକ ଉପରେ ଆଲୋଚନା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି କଥା କହିଥିଲେ। ଏହି କାର୍ଯ୍ୟରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କହିଥିଲେ, ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠାରୁ କେଉଁଠାକୁ ନିଆଯାଇଛି, ତାହା ବିଶ୍ୱାସ କରି ହେବନି। ଭୁବନେଶ୍ୱର ବିମାନବନ୍ଦର ଠାରୁ ତ୍ରିପୁରା ବିମାନବନ୍ଦର ୩ ଗୁଣା ବଡ଼। ୨୦୧୪ରେ ଆସାମର ବଜେଟ ଥିଲା ୪୨ ହଜାର କୋଟି। ଏବେ ଏହା ଦେଢ଼ ଲକ୍ଷ କୋଟିରେ ପହଞ୍ଚିଲାଣି। ଏସବୁ ଦେଖିଲେ ଆମେ ଆଉ ଲାଷ୍ଟ ମାଇଲ୍‌ ନୁହଁ, ଆମେ ଫାଷ୍ଟ ମାଇଲ୍‌ ବୋଲି ବିଶ୍ୱାସ ହେଉଥିବା କହିଥିଲେ ହିମନ୍ତ ବିଶ୍ୱଶର୍ମା।

ଯଦି କେହି ନିବେଶ କରିବାକୁ ଚାହୁଁଛି, ଆମଠାରୁ ହିଁ ଆରମ୍ଭ କରିବେ। କାରଣ ଆଜି ଆମର ବିଶ୍ୱାସ ବଢ଼ିଛି। ଆମେ ଲାଷ୍ଟ ମାଇଲ ନୁହଁ, ଫାଷ୍ଟ ମାଇଲ୍‌ ବୋଲି ସେ ଦୃଢ଼ୋକ୍ତିର ସହ କହିଥିଲେ।

Advertisment

ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ଦେଶ ଆତ୍ମନିର୍ଭର ହେଉଛି। ଆମକୁ ଆଉ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁନି। ଆମେ ଏବେ ରପ୍ତାନକାରୀ ଦେଶ ଭାବେ ମୁଣ୍ଡ ଟେକୁଛେ।  ଏପରି ଏକ ନୂତନ ଭାରତ ଏବେ ସମଗ୍ର ବିଶ୍ୱରେ ମୁଣ୍ଡ ଟେକୁଛି।

ଏହି ମଞ୍ଚରେ କଂଗ୍ରେସକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କହିଥିଲେ, କଂଗ୍ରେସ ନର୍ଥଇଷ୍ଟକୁ ଭଲ ପାଇବା କଥା କହୁଛି। କିନ୍ତୁ ଶାସନ ଗାଦିରେ ରହି କେବେ ବି ସେପରି ଭାବନା ଦେଖାଇ ନଥିଲା। ମାତ୍ର ଏବେ ମୋଦି ସରକାର ନର୍ଥଇଷ୍ଟର ବିକାଶ କାର୍ଯ୍ୟକୁ ହାତକୁ ନେଇଥିବା ବେଳେ ସେମାନେ ବିରୋଧ କରୁଛନ୍ତି।

କଂଗ୍ରେସକୁ ଟାର୍ଗେଟ କରି ସେ ଆହୁରି କହିଥିଲେ, ଆପଣ ଯାହା କରି ନାହାନ୍ତି, ଆମେ ଯଦି କରୁଛୁ, ବିରୋଧ କାହିଁକି କରୁଛନ୍ତି। ତାଳି ନ ମାରିପାର, କିନ୍ତୁ ବିରୋଧ କରିବା ପରି ମନ୍ତବ୍ୟ ଦିଅନ୍ତୁ ନାହିଁ। କାରଣ ଭାରତ ଆଗକୁ ଗଲେ ହିଁ ସମସ୍ତ ଦେଶବାସୀ ଆଗକୁ ଯିବେ ଓ ଉନ୍ନତି କରିବେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ପ୍ରତିମା ଭୌମିକ ଯୋଗ ଦେଇଥିଲେ। ସେ କହିଥିଲେ, ଆଜି ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତରପୂର୍ବାଞ୍ଚଳରେ ବି ସେତିକି ଉନ୍ନତି ହେଉଛି। ଏବେ ନର୍ଥଇଷ୍ଟ ଇଣ୍ଡିଆ ଭାରତର ନୂଆ ଇଞ୍ଜିନ ପାଲଟିଛି।

Bhubaneswar Otv Foresight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe