Advertisment

ଧନତେରାସରେ କେଉଁ ରାଶିର ବ୍ୟକ୍ତି କ’ଣ କିଣିଲେ ଭଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତୋରସ ଦିନ ରାଶି ଅନୁସାରେ ଜିନିଷ କିଣିଲେ ବର୍ଷସାରା ଟଙ୍କା ପଇସାର ଅଭାବ ରୁହେ ନାହିଁ।

Gold

Gold

Advertisment

ଆଜି ଧନତେରାସ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦର୍ଶୀ ଦିନ ଏହା ପଡ଼ିଥାଏ। ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଓ ଅନ୍ୟାନ୍ୟ ଜିନିଷ କିଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଧନତୋରସ ଦିନ ଧନର ଦେବତା କୁବେର ଓ ଧ ନୱନ୍ତରୀଙ୍କ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତୋରସ ଦିନ ରାଶି ଅନୁସାରେ ଜିନିଷ କିଣିଲେ ବର୍ଷସାରା ଟଙ୍କା ପଇସାର ଅଭାବ ରୁହେ ନାହିଁ।

Advertisment

ମେଷ: ବ୍ୟକ୍ତିମାନଙ୍କୁ ମାଆ ଲକ୍ଷ୍ମୀଙ୍କ କୃପା ମିଳିବ। ସେମାନେ ଅଧିକ ଧନ ଲାଭ କରିବେ। ଏହି ରାଶିର ବ୍ୟକ୍ତିମାନେ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ମାଟି କିମ୍ବା ପଥରର ପାତ୍ରକିଣି ଘରକୁ ଆଣି ପାରିବେ।

ବୃଷ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀ ବିମୁଖ ଅଛନ୍ତି। ତେଣୁ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ରୂପା ଅଳଙ୍କାର କିଣିବାର ସକ୍ଷମ ନଥିଲେ କଉଡି, ଶାମୁକା କିମ୍ବା କିଛି ଲୁଣ କିଣି ଘରକୁ ଆଣନ୍ତୁ।

Advertisment

ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ସେମାନଙ୍କୁ ଶୁଭ ଫଳ ମିଳିବ। ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ଅନ୍ତତଃ ସବୁଜ ପାରିବା କିଛି ଘରକୁ ଆଣନ୍ତୁ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉଥିବାରୁ ପ୍ରଚୁରଧନ ଲାଭ ହେବ। ନଭେମ୍ବରମାସ ୧୦ ଓ ୧୧ତାରିଖ ଦିନ ରୂପା ଅଳଙ୍କାର କିଣିବାର ସକ୍ଷମ ନଥିଲେ କଉଡି, ଶାମୁକା କିମ୍ବା କିଛି ଲୁଣ କିଣି ଘରକୁ ଆଣନ୍ତୁ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀ ବିମୁଖ ଅଛନ୍ତି। ତେଣୁ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ଏହି ରାଶିର ବ୍ୟକ୍ତି ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ତମ୍ବାପାତ୍ର କିଣି ଘରକୁ ଆଣନ୍ତୁ।

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉଥିବାରୁ ବହୁତ ଲାଭଦାୟକ ହେବ। ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ଅନ୍ତତଃ ସବୁଜ ପାରିବା କିଛି ଘରକୁ ଆଣନ୍ତୁ।

ତୁଳା: ଏହି ରାଶି ଲୋକଙ୍କର ଆମଦାନୀରେ ବୃଦ୍ଧି ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ରୂପା ଅଳଙ୍କାର କିଣିବାର ସକ୍ଷମ ନଥିଲେ, କଉଡି, ଶାମୁକା କିମ୍ବା କିଛି ଲୁଣ କିଣି ଘରକୁ ଆଣନ୍ତୁ।

ବିଛା: ଏହି ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ମାଟି କିମ୍ବା ପଥରର ପାତ୍ରକିଣି ଘରକୁ ଆଣି ପାରିବେ।

ଧନୁ: ଏହି ରାଶିର ଲୋକଙ୍କର ଭଲ ପରିଣାମ ଦେଖିବାକୁ ମିଳିବ। ଏହି ରାଶିର ବ୍ୟକ୍ତିମାନେ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ତେବେ ହଳଦିଆ ବସ୍ତ୍ରକିଛି କିଣନ୍ତୁ କିମ୍ବା ଗୁଣ୍ଡ ହଳଦୀ କିଛିକିଣି ଘରକୁ ଆଣିପାରିବେ। 

ମକର: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀ ବିମୁଖ ଅଛନ୍ତି। ତେଣୁ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ଲୁହାଦ୍ରବ୍ୟ କିଣନ୍ତୁ ନତୁବା କଳାରଙ୍ଗର ଦ୍ରବ୍ୟକିଛି ଘରକୁ ଆଣନ୍ତୁ। 

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀ ବିମୁଖ ଅଛନ୍ତି। ତେଣୁ ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ଲୁହାଦ୍ରବ୍ୟ କିଣନ୍ତୁ ନ ତୁବା କଳାରଙ୍ଗର ଦ୍ରବ୍ୟକିଛି ଘରକୁ ଆଣନ୍ତୁ। 

ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଭଲରେ କଟିବ। ଏହାସହ ଶୁଭଫଳ ପ୍ରାପ୍ତି ମିଳିବ। ନଭେମ୍ବରମାସ ୧୦ ଓ ୧୧ ତାରିଖ ଦିନ ସୁନା ଅଳଙ୍କାର କିଣିବାର ସକ୍ଷମ ନଥିଲେ ତେବେ ହଳଦିଆ ବସ୍ତ୍ର କିଛି କିଣନ୍ତୁ କିମ୍ବା ଗୁଣ୍ଡ ହଳଦୀ କିଛିକିଣି ଘରକୁ ଆଣିପାରିବେ।

Dhanteras
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe