Advertisment

କେବେ କାଳୀ ପୂଜା, କେବେ ଦୀପାବଳି, ଦ୍ୱନ୍ଦ୍ୱରେ ଅଛନ୍ତି କି

କେବେ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ବୋଲି ଜ୍ୟୋତିର୍ବିଦ୍ ମତ ଦେଇଛନ୍ତି ଜାଣିନିଅନ୍ତୁ।

ଅଦ୍ୟତନ ହୋଇଛି
Diwali

Diwali

Advertisment

କେଉଁ ଦିନ ପାଳନ ହେବ କାଳୀପୂଜା? କେଉଁ ଦିନ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ? ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଭୟ ପର୍ବ ପାଳନର ଦିନ ଅଲଗା ଅଲଗା ଥିବାରୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟ ଦେଖାଦେଇଛି ଦ୍ୱନ୍ଦ୍ୱ। ରାଜ୍ୟର କିଛି ଭାଗରେ ଲୋକେ ଅକ୍ଟୋବର ୩୧ ଗୁରୁବାର ହିଁ କାଳୀପୂଜା ସାଙ୍ଗକୁ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରିବାକୁ ଯାଉଛନ୍ତି। 

Advertisment

ଦୀପାବଳି ଓ ପୟାଶ୍ରାଦ୍ଧର ଭିନ୍ନ ତିଥିକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ, ପଣ୍ଡିତ ତଥା ପଞ୍ଜିକା ଗଣନାକାରୀ। ପୁରୀର ପଣ୍ଡିତ ହରିଶଙ୍କର 
ମିଶ୍ରଙ୍କ ମତ, ଯେଉଁଦିନ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଅମାବାସ୍ୟା ତିଥି ଥାଏ, ସେହିଦିନ ପାଳନ ହୁଏ ଦୀପାବଳି। ଏ ବର୍ଷ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ୩ଟା ୪୫ରେ ଅମାବାସ୍ୟା ତିଥି ପ୍ରବେଶ କରୁଛି। ଗୁରୁବାର ରାତିରେ ଅମାବାସ୍ୟା ତିଥି ରହୁଥିବାରୁ ସେହିଦିନ କାଳୀପୂଜା ପାଳନ କରାଯିବା ବିଧେୟ। ଏହାର ପରଦିନ ଅର୍ଥାତ ନଭେମ୍ବର ୧ରେ ଅମାବାସ୍ୟା ତିଥି ଉଭୟ ସକାଳ ଓ ସଂଧ୍ୟାରେ ଥିବାରୁ ସେଦିନ ପାଳନ ହେବ ପୟାଶ୍ରାଦ୍ଧ ଓ ଦୀପାବଳି ଉତ୍ସବ।

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଷାରଦଗଣ ସମାନ ମତ ପୋଷଣ କରିଥିଲେ ବି ପୟାଶ୍ରାଦ୍ଧ ଉତ୍ସବକୁ ଉଭୟ ଅକ୍ଟୋବର ୩୧ ଏବଂ ନଭେମ୍ବର ୧ରେ ପାଳନ କରାଯାଇପାରିବ ବୋଲି ମତ ରଖିଛନ୍ତି। କିନ୍ତୁ ୧ ତାରିଖରେ ପୟାଶ୍ରାଦ୍ଧ ପାଳନ ଓ ପିତୃପୁରୁଷଙ୍କୁ ଦୀପଦାନ ଅଧିକ ଫଳପ୍ରଦ ବୋଲି ମତ ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ୧ ତାରିଖ ଶୁକ୍ରବାର ଦିନ ପାଳନ ହେବ ଦୀପାବଳି ଅମାବାସ୍ୟା।  

Advertisment
Diwali Celebration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe