Advertisment

ଶ୍ରୀକ୍ଷେତ୍ରକୁ କେବେ ଯିବ ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା? ପଚାରିଲେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସମଗ୍ର ରାଜ୍ୟରେ ବୁଲିଥିଲା ଅର୍ପଣ ରଥ। ଏଥିରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଦାୟ ହୋଇଥିଲା ୨୦ କ୍ୱିଣ୍ଟାଲ୍‌ ଚାଉଳ, ଗୁଆ ଓ ଦକ୍ଷିଣା ଟଙ୍କା। ସେହି ସବୁ ସାମଗ୍ରୀ ଗୋବିନ୍ଦ ଜୀଉ ମନ୍ଦିରରେ ରଖାଯାଇଥିଲା।

Puri

Puri

Advertisment

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଆଦାୟ ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିଲା ନାହିଁ। ଏପରିକି କେବେ ଯିବ? କିଏ ଓ କେମିତି ନେବେ? ସେ ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସମଗ୍ର ରାଜ୍ୟରେ ବୁଲିଥିଲା ଅର୍ପଣ ରଥ। ଏଥିରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଦାୟ ହୋଇଥିଲା ୨୦ କ୍ୱିଣ୍ଟାଲ୍‌ ଚାଉଳ, ଗୁଆ ଓ ଦକ୍ଷିଣା ଟଙ୍କା। ସେହି ସବୁ ସାମଗ୍ରୀ ଗୋବିନ୍ଦ ଜୀଉ ମନ୍ଦିରରେ ରଖାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ସବୁ ସାମଗ୍ରୀ ଶ୍ରୀକ୍ଷେତ୍ର ଯାଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଦାୟିତ୍ୱରେ ଥିବା କାଉନସିଲର କହିଛନ୍ତି, ଚାଉଳ କେମିତି ଯିବ? କିଏ ନେବ? ଏଯାଏଁ କୌଣସି ସୂଚନା ନାହିଁ।

ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କିଛି ଚାଉଳ ରାଜୀବ ଗାନ୍ଧୀ ସେବା ଗୃହରେ ଥିବା ବେଳେ ଆଉ କିଛି ସଂଗୃହୀତ ଗୁଆ ଚାଉଳ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରହିଛି। ସରକାରଙ୍କ ନିର୍ଦ୍ଦେଶ ଆସିଲେ ସଂଗୃହୀତ ସାମଗ୍ରୀ ପୁରୀ ପଠାଯିବ ବୋଲି କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ। ସେହିପରି ଖଲ୍ଲିକୋଟରେ ଥିବା ଚାଉଳ ମଧ୍ୟରୁ ମାତ୍ର ୧୦ କେଜି ଚାଉଳ ପୁରୀ ପଠାଯିବ ବୋଲି କହିଛନ୍ତି ବିଡିଓ।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଗୁଆ-ଚାଉଳ ସଂଗ୍ରହ ପଛରେ ସରକାରଙ୍କ ଉଦ୍ଦେଶ୍ୟ କଣ ଥିଲା? ଭକ୍ତଙ୍କୁ ମହାପ୍ରଭୁଙ୍କ ସହ ଯୋଡିବା ନା ସରକାରଙ୍କ ପ୍ରଚାର ପ୍ରସାରରେ ସାମିଲ କରିବା। କାହିଁକି ଚାଉଳ ପୁରୀ ପଠାଇବାକୁ ବ୍ୟବସ୍ଥା କରୁ ନାହାନ୍ତି ସରକାର। ଚାଉଳ କଣ ହେବ? କାହିଁକି ସ୍ପଷ୍ଟ କରୁନାହାନ୍ତି ସରକାର? ଯାହାକୁ ନେଇ ସରକାରଙ୍କ ଟାର୍ଗେଟ କରିଛନ୍ତି ବିରୋଧୀ।

ସେପଟେ ଆଜି ନବରଙ୍ଗପୁରଠାରେ ଏହି ପ୍ରସଙ୍ଗରେ ଜଗନ୍ନାଥ ମନ୍ଦିର ପରିସରରେ ଧାରଣା ଦେଇଥିଲା ବିଜେପି। ଜିଲ୍ଲାରେ ଆଦାୟ ହୋଇଥିବା ୩୦୦ କ୍ୱିଣ୍ଟାଲ୍‌ ଚାଉଳ, ୩ କ୍ୱିଣ୍ଟାଲ୍‌ ଗୁଆ ଓ ୧୦ ଲକ୍ଷ ଟଙ୍କା ପଡ଼ିରହିଥିବା ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଜଗନ୍ନାଥଙ୍କୁ ଟ୍ରେଡ୍‌ ମାର୍କ ଭାବେ ବ୍ୟବହାର କରୁଛନ୍ତି। ଜଗନ୍ନାଥ ସଂସ୍କୃତି ଓ ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ସରକାର। କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି, ଭକ୍ତଙ୍କ ଚାଉଳ ମହାପ୍ରଭୁଙ୍କ ପାଖକୁ ନଗଲେ ବୁମେରାଂ ହେବ। ଅନ୍ୟ ପଟେ ବିଜେଡି କହିଛି ଠିକ୍ ସମୟରେ ପୁରୀରେ ପହଞ୍ଚାଯିବ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe