Advertisment

ଜଗା ଦର୍ଶନ ପାଇଁ ଗଲା ବେଳେ କ’ଣ ପିନ୍ଧିବେ?

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ହେଲେ କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା କହି ବିରୋଧ କରିଛନ୍ତି।

Puri

Puri

Advertisment

ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍‌ ଚଳିବନାହିଁ। ସୋମବାର ବସିଥିବା ନୀତି ସବ୍‌କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ ଏହି ସୂଚନା ଦେଇଥିଲେ। ଏହା ପରେ ଭକ୍ତ ମହଲରେ ନାନା ଚର୍ଚ୍ଚା ଓ ଆଲୋଚନା ଚାଲିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରକୁ ଗଲେ ପିନ୍ଧିବେ କ'ଣ? ପୁରୁଷ କ’ଣ ପିନ୍ଧିବେ ? ମହିଳାଙ୍କ ପରିଧାନ କିଭଳି ରହିବ? ଛୋଟ ପିଲା କିଭଳି ପୋଷାକ ପିନ୍ଧିବେ ? ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ସଂପର୍କରେ କୁହାଯାଇ ନଥିଲା ବେଳେ ଦଇତାପତି ନିଯୋଗର ସଂପାଦକ କହିଛନ୍ତି ମହିଳାମାନେ ଶାଢି ଓ ସାଲୱାର ପଞ୍ଜାବୀ ଏବଂ ପୁରୁଷମାନେ ପ୍ୟାଣ୍ଟ ସାର୍ଟ ଓ କୁର୍ତ୍ତା-ପଞ୍ଜାବୀ ପିନ୍ଧିପାରିବେ। ୧୨ ବର୍ଷରୁ କମ୍ ପିଲାମାନେ ହ୍ୟାଫ୍‌ ପ୍ୟାଣ୍ଟ ପିନ୍ଧି ପାରିବେ। କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଚିରା ଫଟା ପୋଷାକ, ହାଫ୍‌ ପ୍ୟାଣ୍ଟ କିମ୍ବା ସ୍ଲିଭଲେସ୍ ଭଳି ଶରୀରକୁ ପୂର୍ଣ୍ଣ ଆବୃତ୍ତ କରୁନଥିବା ପୋଷାକ ପିନ୍ଧି ଶ୍ରୀମନ୍ଦିର ଯାଇ ପାରିବେନି। ନୂଆବର୍ଷଠୁ ଏ ନିୟମ କଡ଼ାକଡ଼ି ପାଳନ ହେବାକୁ ଥିବା ବେଳେ ଏନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଅପରପକ୍ଷେ, ସଚେତନତା ସତ୍ତ୍ୱେ ଯେଉଁ ଭକ୍ତ ମାର୍ଜିତ ପରିଧାନ ବିନା ଶ୍ରୀମନ୍ଦିରରେ ପହଞ୍ଚିବେ, ସେମାନେ ପ୍ରବେଶ ପୂର୍ବରୁ କିଭଳି ଉପଯୁକ୍ତ ପୋଷାକ ପିନ୍ଧିବେ, ସେଥିପାଇଁ ଚାରି ଦୁଆରରେ କ୍ଳକ୍‌ ରୁମ୍ ଓ ଚେଞ୍ଜିଂ ରୁମ୍‌ କରାଯିବାକୁ ଦାବି କରିଛନ୍ତି ସେବାୟତ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ହେଲେ କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା କହି ବିରୋଧ କରିଛନ୍ତି। ଏପରିକି ଏହି କାରଣରୁ ଯଦି କୌଣସି ଭସ୍ତଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଏ ତାହେଲେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି କହିଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ ସତ୍ତ୍ୱେ ଆଜିଯାଏଁ ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇ ପାରୁନଥିବା, ମୋବାଇଲ୍‌ କଟକଣା ମଧ୍ୟ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ଭକ୍ତ ଏବଂ ସେବାୟତଙ୍କ ସମର୍ଥନ ସତ୍ତ୍ୱେ ପରିଧାନକୁ ନେଇ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ କିଭଳି କାର୍ଯ୍ୟକାରୀ ହେଉଛି ? ଏବେ ତାହା ଉପରେ ସମସ୍ତଙ୍କ ନଜର।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe