Advertisment

କାଳୀପୂଜା; ପ୍ରଥା, ପରମ୍ପରା ଓ ତାନ୍ତ୍ରିକ ପୂଜା

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବେଶ୍ ଆଡମ୍ବରରେ ଦୀପାବଳି ପାଳନ କରାଯାଉ ଥିବାବେଳେ ଆମ ରାଜ୍ୟ ଭଦ୍ରକରେ ରହିଛି ସ୍ୱତନ୍ତ୍ରତା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ହିନ୍ଦୁ ଧର୍ମର ଆଉ ଏକ ମୁଖ୍ୟ ପର୍ବ ଦୀପାବଳି। ଏହାକୁ ଆଲୋକର ପର୍ବ କୁହାଯାଏ। ସମଗ୍ର ସଂସାରକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ। ଦୀପାବଳିରେ ଭାରତର ବିଭିନ୍ନ ପ୍ରାନ୍ତରେ ଦୀପୋତ୍ସବ ପାଳନ କରାଯାଏ। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବେଶ୍ ଆଡମ୍ବରରେ ଦୀପାବଳି ପାଳନ କରାଯାଉ ଥିବାବେଳେ ଆମ ରାଜ୍ୟ ଭଦ୍ରକରେ ରହିଛି ସ୍ୱତନ୍ତ୍ରତା।

Advertisment

ଭାରତରେ ଦୀପାବଳି ପ୍ରଥା, ପରମ୍ପରା ଓ ତାନ୍ତ୍ରିକ ପୂଜା
ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାଶ୍ୟାରେ ମା' କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ପର୍ବ ପାଳନ ପଛରେ ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ରହିଛି। ଦୀପାବଳିରେ ସମଗ୍ର ଭାରତରେ ଦେବୀଙ୍କୁ ବିଭିନ୍ନ ରୂପରେ ପାଳନ କରାଯାଏ। ଆମ ରାଜ୍ୟ ସମେତ ପଶ୍ଚିମବଙ୍ଗ, ଆସାମ ଓ ବିହାରରେ ଦୀପାବଳିରେ ମା' କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ସେହିପରି ଉତ୍ତର ଭାରତରେ ଦୀପାବଳି ମହୋତ୍ସବରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ।

ଅଯୋଧ୍ୟା ଓ ଦୀପାବଳି
ଉତ୍ତର ପ୍ରଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳରେ ହୁଏ ଦୀପାବଳି। କାରଣ ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମା' ସୀତାଙ୍କୁ ଅଯୋଧ୍ୟା ଫେରାଇ ଆଣିଥିଲେ। ମା' ସୀତାଙ୍କ ଆଗମନରେ ସମଗ୍ର ଅଯୋଧ୍ୟାପୁରୀ ଆଲୋକମାଳାରେ ସୁସଜ୍ଜିତ ହୋଇ ଉଠିଥିଲା। ସେବେଠାରୁ ଦୀପାବଳିରେ ଦୀପୋତ୍ସବର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। 

Advertisment

ଦୀପାବଳିରେ ପୟାଶ୍ରାଦ୍ଧ
ଦୀପାବଳି ଅମାବାସ୍ୟା ବା କାର୍ତ୍ତିକ ଅମାବାସ୍ୟାକୁ ପୟାଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଏହି ଦିନ ପିତୃ ପୁରୁଷମାନଙ୍କୁ ପିଣ୍ଡଦାନ କରାଯାଏ। ମୃତ ପିତୃପୁରୁଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ବାଇଶି ପାହଚରେ ପିଣ୍ଡଦାନର ପ୍ରଥା ରହିଛି। ସେହିପରି ଅମାବାଶ୍ୟା ରାତ୍ରିରେ କାଉଁରିଆ କାଠି ଜଳାଇ ପିତୃପୁରୁଷଙ୍କୁ ସ୍ୱର୍ଗ ପଥ ନିମନ୍ତେ ଆଲୋକ ଦେଖାଇବାର ପରମ୍ପରା ରହିଛି।

କାଉଁରିଆ କାଠି ଜାଳିବା ସମୟରେ ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୁଅରେ ଯାଅ... ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ... କୁହାଯାଇଥାଏ। 

Deepavali Special Story On Diwali Kalipuja Diwali Special Story