Advertisment

Women's Equality Day: କେବେ ଦୂର ହେବ 'ଝିଅଟିଏ କ'ଣ ପାରିବ...?'ର ପ୍ରତିବନ୍ଧତା

ପୁରୁଷମାନେ ଏହି କାମ କରିବେ, ମହିଳାମାନେ ନୁହଁନ୍ତି। ପୁଅଟିଏ ହିଁ ଏହି ସ୍ଥାନକୁ ଯାଇପାରିବେ, ଝିଅଟିଏ ପାରିବନି... ଏପରି ଅନେକ କିଛି ନାହିଁ ରହିଛି ଝିଅଟିଏ ପଛରେ। ସାମାଜିକ ଅଗ୍ରଗତି କ୍ଷେତ୍ରରେ ଏହି ନକାରାତ୍ମକ ଭାବଧାରାକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମହିଳା ସମାନାତା ଦିବସ ପାଳନ କରାଯାଉଛି...

author-image
Debibandita Barick
ଅଦ୍ୟତନ ହୋଇଛି
Women's Equality Day

Women's Equality Day

ଆମ ସମାଜରେ ମହିଳାଙ୍କୁ ନେଇ ଏକ ଭିନ୍ନ ଚିନ୍ତାଧାରା ଆଉ ପ୍ରଥା ରହିଛି। ଅବଶ୍ୟ ବର୍ତ୍ତମାନ ମହିଳାମାନେ ଆଇନଗତ ଭାବରେ ପୁରୁଷଙ୍କ ପରି ସମାନ ଅଧିକାର ପାଇଛନ୍ତି, ତଥାପି ସମାଜରେ ସେମାନଙ୍କର ସ୍ଥିତିକୁ ନେଇ କିଛି ଅସମାନତା ରହିଛି। ପୁରୁଷମାନେ ଏହି କାମ କରିବେ, ମହିଳାମାନେ ନୁହଁନ୍ତି। ପୁଅଟିଏ ହିଁ ଏହି ସ୍ଥାନକୁ ଯାଇପାରିବେ, ଝିଅଟିଏ କ'ଣ ପାରିବ... ଏପରି ଅନେକ କିଛି 'ନାହିଁ' ରହିଛି ଝିଅଟିଏ ପଛରେ। ଆଉ ଏହି ପ୍ରଥା ଦେଶ ତଥା ପୃଥିବୀର ଅଗ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହାକୁ ହୃଦୟଙ୍ଗମ କରି ପ୍ରତିବର୍ଷ ଆଜିର ଦିନକୁୱମେନ୍ସ ଇକ୍ୟୁଆଲିଟି ଡେ' ବା ମହିଳା ସମାନତା ଦିବସ ପାଳନ କରାଯାଉଛି।

Advertisment

ମହିଳା ସମାନତା ଦିବସ ଇତିହାସ

ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଆମେରିକାରେ ପ୍ରଥମେ ମହିଳା ସମାନତା ଦିବସ ପାଳନ କରାଯାଇଥିଲା। ମହିଳା ଅଧିକାର ପାଇଁ ସଂଗ୍ରାମ ୧୮୫୩ ମସିହାରେ ଆମେରିକାରେ ହିଁ ଆରମ୍ଭ ହୋଇଥିଲା। ମହିଳାଙ୍କ ସମାନତା ଦାବିରେ 50 ବର୍ଷ ଧରି ଏହି ଆନ୍ଦୋଳନ 1920 ରେ ଶେଷ ହୋଇଥିଲା। ଏହାପରଠାରୁ ମହିଳାମାନେ ଅଧିକାର ପାଇବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଦିନ ମହିଳା ସମାନତା ଦିବସ ଭାବରେ ପାଳନ କରାଯାଉଛି।

ମହିଳା ସମାନତା ଦିବସ ପାଳନର ଉଦ୍ଦେଶ୍ୟ 
ଆମେରିକାର ମହିଳାମାନଙ୍କର ଭୋଟ୍ ଦେବାର ଅଧିକାର ନଥିଲା। ଏହା ବ୍ୟତୀତ ବିବାହିତ ମହିଳାମାନେ ମଧ୍ୟ ସମ୍ପତ୍ତିରେ ଅଧିକାର ପାଇଁ ଆନ୍ଦୋଳନ କରିଥିଲେ। ବହୁ ବାଦ ବିବାଦ ମଧ୍ୟରେ ୨୬ ଅଗଷ୍ଟ ୧୯୨୦ରେ ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ମିଳିବା ପରେ ଆନ୍ଦୋଳନ ଥମିଥିଲା। ଅନ୍ୟପଟେ ଭାରତର ମହିଳାମାନେ କେବଳ ବ୍ରିଟିଶ ଶାସନ ସମୟରେ ଭୋଟ୍ ଦେବାର ଅଧିକାର ପାଇଥିଲେ। ପ୍ରଥମେ ଆମେରିକାରେ ଏବଂ ପରେ ଅନ୍ତର୍ଜାତୀୟ ସ୍ତରରେ ୨୬ ଅଗଷ୍ଟକୁ ମହିଳା ସମାନତା ଦିବସ ଭାବରେ ପାଳନ କରାଯାଇଥିଲା। କାରଣ ଏହି ତାରିଖରେ ପ୍ରଥମେ ମହିଳାଙ୍କୁ ମତଦାନର ଅଧିକାର ମିଳିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। 

Advertisment

ମହିଳା ସମାନତା ଦିବସର ବିଷୟବସ୍ତୁ 
ପ୍ରତିବର୍ଷ ଏହି ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ 'ଏମ୍ବ୍ରେସ୍ ଇକ୍ୟୁଇଟି' ଅର୍ଥାତ୍ 'ସମତାକୁ ଗ୍ରହଣ କରିବା' ରହିଛି। ଏହି ଥିମ୍ ଲିଙ୍ଗଗତ ସମାନତାକୁ ଗ୍ରହଣ କରିବା କେତେ ଆବଶ୍ୟକ ତା ଉପରେ ଗୁରୁତ୍ୱାରୋପ କରେ। ଏପରି ଭାବଧାରା ଯେ କେବଳ ଅର୍ଥନୈତିକ ଅଭିବୃଦ୍ଧି କରିବନି ବରଂ ମୌଳିକ ମାନବିକ ଅଧିକାର ପାଇଁ ଜରୁରୀ ବୋଲି ସୂଚାଏ। ଆମ ଦେଶରେ ଲିଙ୍ଗଗତ ସମାନତା ଆଣିବାକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନିକଟରେ ଚାରିଜଣ ମହିଳା ସଦସ୍ୟଙ୍କୁ (50 ପ୍ରତିଶତ) ଉପାଧ୍ୟକ୍ଷଙ୍କ ଭାବେ ମନୋନୀତ କରିଛନ୍ତି। ସେହିପରି ବର୍ତ୍ତମାନ ମଧ୍ୟ ବିଜ୍ଞାନଠୁ ନେଇ ଚିକିତ୍ସା ଓ ପ୍ରତିରକ୍ଷା କ୍ଷେତ୍ର ସବୁଠି ମହିଳାଙ୍କ ଯୋଗଦାନ ରହୁଛି। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୱେମେନ୍ସ ଇକ୍ୟୁଆଲିଟି ଡେ' ପାଳନ କରାଯାଉଛି। 

August 26 Special Day Special Day Story Equality For Women Women's Equality Day