Nayagrah
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଆଣିବାକୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
ପରମ୍ପରା ଅନୁସାରେ ଗଣିଆ ବନାଞ୍ଚଳର ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ହୋମ ଓ ନାମ ସଙ୍କୀର୍ତ୍ତନ କରାଯାଇଥିଲା। ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବା ପରେ ଗଛକଟା ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ବିଧିଅନୁଯାୟୀ ଶ୍ରୀପଞ୍ଚମୀ ପୂର୍ବରୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ପୁରୀକୁ ଦୁଇ ଟ୍ରକ ରରଥକାଠ ପଠାଯାଇଥାଏ । ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡକୁ ଚଳିତ ବର୍ଷ ୮୧୪ ଖଣ୍ଡକାଠ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Nayagrah_1734423626.jpg)