ଏଡସକୁ ଏକ ଦୂରାରୋଗ୍ୟ ସହ ବିବେଚନା କରାଯାଏ। ତେଣୁ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ତଥାପି ଏବେ ମଧ୍ୟ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ଏଡସକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ରୋଗୀଙ୍କୁ ଛୁଇଁବା, ସେମାନଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ରୋଗ ବ୍ୟାପିଥାଏ ବୋଲି ଅନେକ ଲୋକ ଭାବନ୍ତି। ଏପରି ଧାରଣା ଫଳରେ କିଛି ଲୋକ ରୋଗୀଙ୍କୁ ସାମାଜିକ ଚଳନିରୁ ବାସନ୍ଦ କରନ୍ତି। ଏପରି କରିବା କେତେ ଦୂର ଠିକ୍, ପ୍ରକୃତରେ ଏଡସ୍ କାହିଁକି ହୁଏ, ରୋଗୀଙ୍କୁ ଛୁଇଁବା ଦ୍ୱାରା ରୋଗ ହୁଏ କି ଏବଂ କିପରି ଏହି ରୋଗର ପ୍ରତିରୋଧ କରିବେ? ଜାଣିବା ପାଇଁ ପଢନ୍ତୁ ଏହି ଆଲେଖ୍ୟ...
ଏଡସ୍ କ’ଣ?
ଏଡସ୍ ରୋଗୀଙ୍କୁ ଛୁଇଁଲେ ରୋଗ ହୁଏ କି?
ବାପା-ମାଆଙ୍କୁ ଏଡସ୍ ହେଲେ ପିଲାମାନଙ୍କୁ ହୁଏ କି?
ନା..., ବାପା-ମାଆଙ୍କୁ ଏଡସ୍ ହୋଇଥିଲେ ପିଲାମାନଙ୍କୁ ଯେ ରୋଗ ହେବ ତା'ର କୌଣସି କାରଣ ନାହିଁ। କିନ୍ତୁ ପିଲା ଗର୍ଭରେ ଥିବାବେଳେ ଯଦି ମାଆକୁ ଏଡସ୍ ହୋଇଥାଏ, ତେବେ ଜନ୍ମିତ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ ଗର୍ଭାବସ୍ଥାରେ ଏଡସ୍ ପରୀକ୍ଷା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
ଏଡସ୍ ସଂକ୍ରମିତ ବୋଲି ଜାଣିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣ କିମ୍ବା ଏଡସ୍ ନିଶ୍ଚିତ କରିବାକୁ ରକ୍ତ ପରୀକ୍ଷା କରାଯାଏ। ତଥାପି, ଏହି ରୋଗକୁ କେତେକ ଲକ୍ଷଣ ମାଧ୍ୟମରେ ମଧ୍ୟ ଚିହ୍ନଟ କରାଯାଇପାରେ...
ଯଦି କୌଣସି ବ୍ୟକ୍ତି ଏଡସରେ ସଂକ୍ରମିତ ହୁଅନ୍ତି, ତେବେ ସେ ୨ରୁ ୪ ସପ୍ତାହ ମଧ୍ୟରେ ଫ୍ଲୁ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହା ବ୍ୟତୀତ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା, ପାଟି ଘା’, ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ।
ଏହି ଲକ୍ଷଣଗୁଡିକ ଏତେ ମୃଦୁ ହୋଇପାରେ ଯେ ଲୋକମାନେ ପ୍ରାରମ୍ଭରେ ଜାଣିପାରନ୍ତିନି। କିନ୍ତୁ ପରବର୍ତ୍ତୀ ସମୟରେ ରୋଗ ବଢ଼ିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼େ।
ସଂକ୍ରମଣକୁ ରୋକିବେ କିପରି?
ଏଚ୍.ଆଇ.ଭି ସଂକ୍ରମଣକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବିକଶିତ ହୋଇପାରି ନାହିଁ। କେବଳ ସତର୍କତା ହିଁ ଚିକିତ୍ସାର ମୂଳ। ଅସୁରକ୍ଷିତ ଯୌନ ସମ୍ପର୍କରୁ ନିବୃତ୍ତ ରହିବା ସହ ଗର୍ଭାବସ୍ଥାରେ ଡାକ୍ତରୀ ପରୀକ୍ଷା ନିହାତି ଆବଶ୍ୟକ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।