Advertisment

ମସ୍ତିଷ୍କ ବ୍ୟାଧି ଆଲଜାଇମର କ'ଣ, ଜାଣନ୍ତୁ...

ସେପ୍ଟେମ୍ୱର ୨୧କୁ ବିଶ୍ୱ ଆଲଜାଇମର ଦିବସ ଭାବେ ପାଳନ କରାଯାଉଛି। ତେବେ ଆଲଜାଇମର କ'ଣ, କାହିଁକି ହୁଏ, ଚିକିତ୍ସା କେମିତି କରିବେ ସମ୍ପୂର୍ଣ୍ଣ ବବରଣୀ ଜାଣନ୍ତୁ ଏହି ଆଲେଖ୍ୟରେ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆଲଜାଇମର ରୋଗ ବିଶ୍ୱରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ ଭାବରେ ବୃଦ୍ଧି ପାଉଛି। ଏକ ଆକଳନ ଅନୁଯାୟୀ, ବିଶ୍ୱବ୍ୟାପୀ ୫.୫ କୋଟିରୁ ଅଧିକ ଲୋକ ଏହି ଗୁରୁତର ମସ୍ତିଷ୍କ ବା ସ୍ନାୟୁଗତ ରୋଗରେ ପୀଡିତ। ଜୀବନଶୈଳୀ ଏବଂ ଖାଦ୍ୟ ସମ୍ବନ୍ଧୀୟ ବ୍ୟାଘାତ ହେତୁ ଏହାର ବିପଦ ଆହୁରି ବଢୁଛି। ଆଲଜାଇମର ରୋଗ ମଧ୍ୟ ଡିମେନ୍ସିଆର ଏକ ପ୍ରମୁଖ କାରଣ ବୋଲି ଧରାଯାଏ।

Advertisment

ପରିସଂଖ୍ୟାନ ଅନୁସାରେ ବିଶ୍ୱସ୍ତରରେ ଆଲଜାଇମର ରୋଗ ଏବଂ ଡିମେନ୍ସିଆ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ୧୪୭.୯୫% ବୃଦ୍ଧି ପାଇଛି। ୧୯୯୦ରେ ବିଶ୍ୱସ୍ତରରେ ୨.୯୨ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୭.୨୪ ନିୟୁତକୁ ବୃଦ୍ଧି ପାଇଥିଲା। ତେଣୁ ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ୱର ୨୧କୁ ବିଶ୍ୱ ଆଲଜାଇମର ଦିବସ ଭାବେ ପାଳନ କରାଯାଉଛି। ତେବେ ଆଲଜାଇମର କ'ଣ, କାହିଁକି ହୁଏ, ଚିକିତ୍ସା କେମିତି କରିବେ ସମ୍ପୂର୍ଣ୍ଣ ବବରଣୀ ଜାଣନ୍ତୁ ଏହି ଆଲେଖ୍ୟରେ...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ରୋଗ ବିଷୟରେ ପ୍ରତ୍ୟେକ ଲୋକ ଜାଣିବା ଜରୁରୀ, ଫଳରେ ଭବିଷ୍ୟତରେ ଏହାକୁ ରୋକିବା ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରାଯାଇପାରିବ।

Advertisment

ଅଲଜାଇମର କ'ଣ?
ଆଲଜାଇମର ମୁଖ୍ୟତଃ ୬୦ ବର୍ଷ ବୟସ ପରେ ଦେଖାଦିଏ। ଏହା ହେଉଛି ଏକ ମସ୍ତିଷ୍କ ବ୍ୟାଧି, ଯାହା ସାଧାରଣ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହି ରୋଗରେ, କିଛି ପ୍ରୋଟିନ୍ ମସ୍ତିଷ୍କରେ ଜମା ହେବା ଆରମ୍ଭ କରେ, ସମୟ ସହିତ ମସ୍ତିଷ୍କ ସଙ୍କୁଚିତ ହୁଏ ଯେଉଁଥିପାଇଁ ଉପକାରୀ କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଫଳରେ ଆଲଜାଇମର ରୋଗ ହୁଏ। 

ଆଲଜାଇମର ଏବଂ ଡିମେନ୍ସିଆ ଭଳି ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ସ୍ମୃତିଶକ୍ତି ଦୁର୍ବଳ ହୋଇଯିବା, କୌଣସି ଘଟଣାରେ ନିଜର ଚିନ୍ତନ ନ ରହିବା, ଆଚରଣରେ ପରିବର୍ତ୍ତନ ଏବଂ ସାମାଜିକ ଦକ୍ଷତା ଦୁର୍ବଳ ହେବା। ଏହି ରୋଗକୁ ଅତି ସରଳ ଭାଷାରେ ଭୁଲା ରୋଗ ବୋଲି ମଧ୍ୟ କୁହାଯାଏ। କାରଣ ଏହି ରୋଗ ହେଲେ ଲୋକେ ଅତି ସାଧାରଣ କଥାକୁ ମନେ ରଖିପାରନ୍ତିନି। ଏପରିକି ସମ୍ପର୍କୀୟଙ୍କୁ ମଧ୍ୟ ଚିହ୍ନି ପାରନ୍ତି ନାହିଁ।

କାହିଁକି ହୁଏ ଆଲଜାଇମର?
ଅଲଜାଇମର ରୋଗର ପ୍ରକୃତ କାରଣ ସମ୍ପୂର୍ଣ୍ଣ ରୂପେ ବୁଝାପଡ଼େ ନାହିଁ। କିନ୍ତୁ ଏକ ମୌଳିକ ସ୍ତରରେ ମସ୍ତିଷ୍କରେ ପ୍ରୋଟିନ୍ ସମ୍ବନ୍ଧୀୟ ବ୍ୟାଧି ଏକ କାରଣ ବୋଲି ବିବେଚନା କରାଯାଏ। ଏହା ମସ୍ତିଷ୍କ କୋଷ (ନ୍ୟୁରନ୍)ର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରେ, ଯେଉଁଥିପାଇଁ ରୋଗୀଙ୍କର ଅନେକ ପ୍ରକାରର ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୁଏ।

ଏଥିସହ ଜେନେଟିକ୍, ଜୀବନଶୈଳୀ ଏବଂ ପରିବେଶ କାରକଗୁଡ଼ିକର ମିଶ୍ରଣ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି। ଜୀବନଶୈଳୀରେ ଥିବା ବିଶୃଙ୍ଖଳା ମଧ୍ୟ ଏହି ରୋଗ ବୃଦ୍ଧି ପାଇଁ ଏକ କାରଣ ଭାବରେ ବିବେଚନା କରାଯାଏ।

ଅଲଜାଇମର ଚିକିତ୍ସା ଏବଂ ପ୍ରତିରୋଧ
ଅଲଜାଇମର ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉପଶମ ଆବିଷ୍କାର ହୋଇପାରି ନାହିଁ। କିନ୍ତୁ କିଛି ଔଷଧ ଏହାର ଲକ୍ଷଣକୁ ସାମୟିକ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥାଏ ଏବଂ ଡିମେନ୍ସିଆର ବିପଦରୁ ରକ୍ଷା କରିଥାଏ। ପରିବାରର ସଦସ୍ୟମାନେ ରୋଗୀର ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। 

ଔଷଧ ବ୍ୟତିତ କିଛି ନିୟମ ଅନୁପାଳନ କଲେ ଆଲଜାଇମରକୁ ଦୂର କରାଯାଇ ପାରିବେ

  • ନିୟମିତ ବ୍ୟାୟାମ କରନ୍ତୁ
  • ସୁସ୍ଥ ତେଲ ଏବଂ କମ୍ ସନ୍ତୁଳିତ ଚର୍ବି ଯୁକ୍ତ ଖାଦ୍ୟ ଖାଆନ୍ତୁ
  • ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ
  • ଧୂମପାନ ଏବଂ ମଦ୍ୟପାନଠୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ
Health News Health Tips September Special Day World Alzheimer Day Alzheimer Brain Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe